fbpx

ଭାରତରେ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି, ଲୁଚାଛପାରେ ପରମାଣୁ ଶକ୍ତି ବଢ଼ାଉଛି ଡ୍ରାଗନ୍

ନୂଆଦିଲ୍ଲୀ: ବିଶ୍ୱର ମାତ୍ର ୯ଟି ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଏହି ୯ଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ । ଭାରତ ନିକଟରେ ଏବେ ୧୬୦ଟି ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିପ୍ରି)ଦାବି କରିଛି କି ଭାରତରେ ତା’ର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରୁଛି । ଭାରତ ସହ ତାଳଦେଇ ପାକିସ୍ତାନ ବି ନିଜ ପରମାଣୁ କାର୍ଯ୍ୟକ୍ରମ ବୃଦ୍ଧି କରୁଛି ବୋଲି ସିପ୍ରି ସୂଚନା ଦେଇଛି ।

ସାଟେଲାଇଟ୍‌ ଫଟୋଚିତ୍ରରୁ ଚୀନ୍‌ ତା’ର ପରମାଣୁ ଅସ୍ତ୍ରଶସ୍ତ୍ରର ଶକ୍ତିକୁ ବୃଦ୍ଧି କରିଥିବା ଜଣାଯାଇଛି । ଚୀନ୍‌ ୩୦୦ରୁ ଅଧିକ ସାଇଲୋ କ୍ଷେପଣାସ୍ତ୍ର ନିର୍ମାଣ କରୁଛି । ଚଳିତବର୍ଷ ଜାନୁଆରୀ ସୁଦ୍ଧା ଚୀନ୍‌ ପାଖରେ ୩୫୦ଟି ପରମାଣୁ ଅସ୍ତ୍ର ରହିଥିବା ଜଣାଯାଇଥିଲା । ଯଦିଓ ଗତ ଦୁଇବର୍ଷ ହେବ ଚୀନ୍‌ର ପରମାଣୁ ଅସ୍ତ୍ରଶସ୍ତ୍ର ୩୫୦ରେ ସୀମିତ ରହିଛି କିନ୍ତୁ ସିପ୍ରି ଅନୁଯାୟୀ ଗତବର୍ଷ ଚୀନ୍‌ କିଛି ନୂଆ ଲଞ୍ଚର୍ସ ଫିଲ୍ଡ ପ୍ରସ୍ତୁତ କରିଛି । ସେହିପରି ଭାରତ ନିକଟରେ ୨୦୨୧ ମସିହାରେ ୧୫୬ଟି ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବାବେଳେ ୨୦୨୨ରେ ତାହା ୧୬୦କୁ ପହଞ୍ଚିଛି । ତେବେ ପାକିସ୍ତାନ ନିକଟରେ ଗତ ଦୁଇବର୍ଷ ହେବ ସମାନ ୧୬୫ଟି ପରମାଣୁ ଅସ୍ତ୍ରଶସ୍ତ୍ର ସୀମିତ ରହିଛି ।

Get real time updates directly on you device, subscribe now.