fbpx

ବ୍ୟାଟେରୀ ଚୋରୀ ରାକେଟର ପର୍ଦ୍ଦାଫାସ କଲା ଆସ୍କା ପୋଲିସ: ୪୦ ଲକ୍ଷରୁ ଅଧିକ ଟଙ୍କା ବ୍ୟାଟେରୀ ଜବତ, ୪ ଚୋର ଗିରଫ

ଆସିକା,(ଭାସ୍କର ନ୍ୟୁଜ):ଗଞ୍ଜାମ ଜିଲ୍ଲା ଆସ୍କା ପୋଲିସକୁ ମିଳିଛି ବଡ଼ ସଫଳତା । ଆସିକା ଥାନା ଅଧିକାରୀଙ୍କ ନେତ୍ୱତ୍ୱରେ ଏକ ଟିମ ଗଠନ କରି ବିଭିନ୍ନ ଥାନା ଇଲାକାରେ ଚଢ଼ଉ କରିଥିଲେ । କବି ସୂର୍ଯ୍ୟାନଗର ଅଧୀନ ଝାଡବନ୍ଧ ଗ୍ରାମର ଆଦିତ୍ୟ ବେହେରା ଟାୱାର କ୍ଲିନର୍‌ ଭାରତ ଇନଫ୍ରାଟେଲରେ କାମ କରୁଥିଲେ । ଯେଉଁଥିପାଇଁ ସେ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଭଞ୍ଜନଗର, ଆସ୍କା ଇତ୍ୟାଦିର ଅନେକ ମୋବାଇଲ୍‌ ଟାୱାର ପରିଦର୍ଶନ କରୁଥିଲେ । ତାଙ୍କ ଡ୍ୟୁଟି ସମୟରେ ସେ ଜାଣିବାକୁ ପାଇଲେ ଯେ ପ୍ରତ୍ୟେକ ମୋବାଇଲ୍‌ ଟାୱାରରେ ୨୪ଟି ବ୍ୟାଟେରୀ ଅଛି । ପ୍ରତି ବେଟେରୀର ମୂଲ୍ୟ ଟ ୪୦,୦୦୦ରୁ ଅଧିକ । ଆଦିତ୍ୟ ତାଙ୍କ ଭାଇ ସତ୍ୟଙ୍କ ସହିତ ସିସିଟିଭି ଏବଂ ସୁରକ୍ଷାକର୍ମୀନ ଥିବାରୁ ଏହି ବ୍ୟାଟେରୀ ଚୋରି କରିବାକୁ ଯୋଜନା କରିଥିଲେ । ତେଣୁ ଆଦିତ୍ୟ ଏବଂ ସତ୍ୟ ବିଭିନ୍ନ ସ୍ଥାନର ମୋବାଇଲ୍‌ ଟାୱାରର ବ୍ୟାଟେରୀ ଚୋରି କରିବାରେ ସଫଳ ହୋଇଥିଲେ । ଚୋରି କରିବା ପରେ ସେମାନେ ଏହାକୁ ହିଞ୍ଜିଳିର ସ୍କ୍ରାପ୍‌ଡିଲର ଲିପୁନ୍‌ ନାୟକ ଏବଂ ବ୍ରହ୍ମପୁରର ରାମ ଦାସ ଗୁପ୍ତାଙ୍କୁ ବିକ୍ରି କରୁଥିଲେ । ସମୁଦାୟ ୨୫୩ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଆସ୍କା ପୋଲିସ ଦ୍ୱାରା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ଆସିକା ଏସ୍‌ଡି ପିଓ ଉମାଶଙ୍କର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.