fbpx

୨୪ ଘଣ୍ଟା ଏସି ଲଗାଇଲେ ବି ଦେବାକୁ ପଡିବନି ଅଧିକ ବିଲ, କରନ୍ତୁ ଏହି ଉପାୟ

ବର୍ତ୍ତମାନ ଗରମ ଦିନରେ ବିନା ଏସିରେ ଘରେ ରହିବା ଅସମ୍ଭବ । ଏସି ଯେତିକି ଶରୀରକୁ ଶାନ୍ତି ଦିଏ, ବିଦ୍ୟୁତ୍ ବିଲ୍ ସେତିକି ଟେନସନ୍ ଆଣିଦିଏ । ଏସି ଲଗାଇବା ଫଳରେ ବିଦ୍ୟୁତ୍ ବିଲ୍ ଡବଲ ଦେବାକୁ ପଡେ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଡିଭାଇସ୍ ବିଷୟରେ କହିବୁ, ଯାହାକୁ ବ୍ୟବହାର କଲେ ଆପଣ ୨୪ ଘଣ୍ଟା ଏସି ଲଗାଇଲେ ବି କମ୍ ବିଦ୍ୟୁତ୍ ଦେବାକୁ ପଡିବ । ଏଥିସହ ଆପଣଙ୍କୁ ଡିଭାଇସ୍ କିଣିବା ପାଇଁ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଆପଣଙ୍କ ସକ୍ଷମ ଅନୁସାରେ ଆପଣ ସେହି ଡିଭାଇସ୍ କିଣିପାରିବେ ଏବଂ ଅଧିକ ବିଦ୍ୟୁତ୍ ବିଲ୍ ଟେନସନ୍‌ରୁ ମୁକ୍ତି ପାଇପାରିବେ ।

ଆସନ୍ତୁ ଜାଣିବା ଡିଭାଇସ୍ ବିଷୟରେ…
ଏସଆଇଏସଏଏଚ୍ ୨୩୦ଭି ଏନର୍ଜି ସେଭିଙ୍ଗ୍ ସକେଟକୁ ବ୍ୟବହାର କରି ଆପଣ ଅଧିକ ବିଦ୍ୟୁତ୍ ବିଲ ଦେବାରୁ ବଞ୍ଚିତ ହୋଇପାରିବେ । ଏହାକୁ ବ୍ୟବହାର କରିବା ଖୁବ୍ ସହଜ । ଏହାକୁ ଲଗାଇବା ସମୟରେ କେବଳ ଭୋଲଟେଜ୍ ଯେଭଳି କମ୍ ନ ରୁହେ ସେଥିପ୍ରତି ଧ୍ୟାନ ଦେବେ । ଏଥିରେ ଡିଜିଟାଲ ଡିସପ୍ଲେ ରହିଛି, ଯାହାଦ୍ୱାରା ଆପଣ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ । ଏହି ଡିଭାଇସରେ ଆପଣ ୱାଇଫାଇ କନେକ୍ଟ କରିପାରିବେ ମାତ୍ର ବ୍ଲଟୁଥ୍ ସପୋର୍ଟ କରିବ ନାହିଁ ।

ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ଏହି ଡିଭାଇଟି ପ୍ଲାଷ୍ଟିକରେ ନିର୍ମିତ ହୋଇଛି । ଏହାକୁ ଆପଣ ଘର, ଅଫିସ, ହସ୍ପିଟାଲ, ଦୋକାନ ଭଳି ସ୍ଥାନରେ ବ୍ୟବହାର କରିପାରିବେ । ଆପଣ ଯେକୌଣସି ଅନଲାଇନ୍ ଷ୍ଟୋରରୁ ଏହାକୁ ସହଜରେ କିଣିପାରିବେ । ଏହାର ମୂଲ୍ୟ ପ୍ରାୟ ୧୯୯୯ ଟଙ୍କା ରହିଛି । ଭିନ୍ନ ଭିନ୍ନ ଅନଲାଇନ୍ ସାଇଟରୁ ଏହାକୁ ଆପଣ ଆହୁରି କମ୍ ଟଙ୍କାରେ ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.