fbpx

ପିତାଙ୍କ ଭାଗ୍ୟ ବଦଳାଇଦେବ ଏହି ତାରିଖରେ ଜନ୍ମିତ ଶିଶୁ

ବିଶ୍ୱାସ ଅଛି ଯେ, ଜ୍ୟୋତିଷ ଶାସ୍ତ୍ର-ତାରିଖ ମଧ୍ୟରେ ଏକ ନିବିଡ ସମ୍ପର୍କ ରହିଛି । କାରଣ ଏଭଳିି କିଛି ତାରିଖ ରହିଛି, ଯେଉଁଦିନ ଶିଶୁଟି ଜନ୍ମ ହୋଇଥାଏ, ସେଦିନ ପରିବାର ଲୋକଙ୍କର ଭାଗ୍ୟ ବଦଳିଯାଇଥାଏ । ଅଙ୍କ ଶାସ୍ତ୍ରରେ ପ୍ରତ୍ୟେକ ମୂଲାଙ୍କ ଜାତକ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଅନୁସାରେ, ମୂଲାଙ୍କ ୭ର ଜାତକକୁ ପିତାର ଶୁଭ ବୋଲି ମନେ କରାଯାଏ । ଏହାର ଅର୍ଥ ମୂଲାଙ୍କ ୭ ରେ ଯେଉଁ ସମସ୍ତ ତାରିଖ ରହିଛି, ଯଦି ସେହି ତାରିଖରେ ଏକ ଶିଶୁ ଜନ୍ମ ହେଉଛି ତେବେ ସେ ତା’ର ପିତା ପାଇଁ ଖୁବ୍ ଶୁଭ ହୋଇଥାଏ । ମାସର ୭, ୧୬ କିମ୍ବା ୨୫ ତାରିଖରେ ଜନ୍ମିତ ସମସ୍ତ ଶିଶୁଙ୍କର ମୂଲାଙ୍କ ୭ ରହିଥାଏ ।

ତେବେ ଆସନ୍ତୁ ଜାଣିବା ମୂଲାଙ୍କ ୭ର ବିଶେଷତ୍ୱ ସମ୍ପର୍କରେ-

ଶୁଭ ସଂଖ୍ୟା ୭:
ମୂଲାଙ୍କ ୭ରେ ତିନୋଟି ତାରିଖ ଥିଲେ ସୁଦ୍ଧା ସବୁଠାରୁ ଅଧିକ ଶୁଭ(ଲକି) ସଂଖ୍ୟା ୭ ତାରିଖକୁ ହିସାବ କରାଯାଏ । କୁହାଯାଏ ଯେ, ୭ ତାରିଖରେ ଯେଉଁ ଶିଶୁ ଜନ୍ମ ହୁଏ, ସେ ଅଧିକ ସୌଭାଗ୍ୟଶାଳୀ, ପରିଶ୍ରମୀ ଏବଂ ବୁଦ୍ଧିମାନ ହୋଇଥାଏ । ସେ ସବୁ କ୍ଷେତ୍ରରେ ସଫଳତା ପାଏ ।

ପିତା ଏବଂ ପରିବାର ପାଇଁ ଶୁଭ:
ମୂଲାଙ୍କ ୭ରେ ଜନ୍ମିତ ଶିଶୁ ଖୁବ୍ ସଫଳତା ହାସଲ କରିଥାନ୍ତି । ସେମାନେ ନିଜ ପରିବାର ପାଇଁ ବେଶ୍ ଶୁଭ ହୋଇଥାନ୍ତି । ମୂଲ୍ୟାଙ୍କ ୭ ଜାତକ ଶିଶୁ ନିଜ ପିତାଙ୍କ ପାଇଁ ବେଶ୍ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ତାଙ୍କୁ ବହୁମାତ୍ରାରେ ଭଲପାଇବା ମଧ୍ୟ ମିଳିଥାଏ । ଏମାନଙ୍କର ସରଳ ସ୍ୱଭାବ, ଖୋଲାମନ ଯୋଗୁଁ ସେ ଖୁବ୍ କମ୍ ସମୟରେ ଅନ୍ୟକୁ ଆକର୍ଷିତ କରିବାରେ ସଫଳ ହୋଇଥାନ୍ତି । ଏହି ବ୍ୟକ୍ତିବିଶେଷ ସଫଳତାର ଶିଡିରେ ଆଗକୁ ଆଗକୁ ବଢ଼ିଚାଲିଥାନ୍ତି ।

ଖୁବ୍ ଧନୀ ହୋଇଥାନ୍ତି:
ମୂଲାଙ୍କ ୭ ଜାତକ ବ୍ୟକ୍ତିବିଶେଷ ଖୁବ୍ ସଫଳତା ପାଇବା ସହ ବହୁମାତ୍ରାରେ ଧନ ଅର୍ଜନ କରନ୍ତି । ତାଙ୍କ ପାଖରେ ଧନର ଅଭାବ କେବେ ଦେଖାଯାଏନାହିଁ । ଏମାନେ କେବେ ଅନାବଶ୍ୟକ ଖର୍ଚ୍ଚ କରନ୍ତିନାହିଁ । ନିଜର ଏବଂ ନିଜ ପରିବାରର ଖୁସିକୁ ସେମାନେ ଅଧିକ ଗୁରୁତ୍ୱ ଦିଅନ୍ତି । ଏଥିସହ ଅସହାୟ ଲୋକଙ୍କ ପ୍ରତି ତାଙ୍କର ସହାନୁଭୂତି ମଧ୍ୟ ରହିଥାଏ ।

Get real time updates directly on you device, subscribe now.