fbpx

ମହଙ୍ଗାମାଡରେ ଲାଗିବ ଫୁଲଷ୍ଟପ୍‌; ହ୍ରାସ ପାଇବ ଏହି ବ୍ରାଣ୍ଡର ତେଲର ଦାମ୍

ଗ୍ରାହକଙ୍କ ପାଇଁ ଖୁସିଖବର । ମହଙ୍ଗାମାଡରେ କିଛିମାତ୍ରାରେ ଲାଗିବ ଫୁଲଷ୍ଟପ୍ । ଖୁବ୍ ଖାଇବା ତେଲର ଦାମ୍ ହ୍ରାସ ପାଇବା ନେଇ ସୂଚନା ମିଳିଛି । ଖବରଟି ହେଉଛି, ‘ଧାରା’ ବ୍ରାଣ୍ଡରେ ବିକ୍ରି ହେଉଥିବା ସହକାରୀ କମ୍ପାନୀ ମଦର ଡେରୀ ସୋରିଷ, ସୋୟାବିନ୍ ଏବଂ ସନଫ୍ଲାୱାର ତେଲର ଦାମ୍ ହ୍ରାସ କରିଛନ୍ତି । ଯେଉଁକାରଣରୁ ଅନ୍ୟ ତେଲ କମ୍ପାନୀ ଗୁଡିକ ନିଜ ତେଲର ହ୍ରାସ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।

ମଦର ଡେରୀ ଏକ ରିର୍ପୋଟରେ କହିଛି ଯେ, ‘ଧାରା’ ବ୍ରାଣ୍ଡରେ ବଜାରରେ ମିଳୁଥିବା ସମସ୍ତ ତେଲର ମୂଲ୍ୟ ୧୫ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ଯାଉଛି । ଏମଆରପି ଉପରେ ଦାମ୍ ହ୍ରାସ ପାଇବ । ଅନ୍ତର୍ଜାତୀୟ ବଜାରରେ ଦରଦାମ୍ ହ୍ରାସ ଏବଂ ଘରୋଇ ସ୍ତରରେ ସନଫ୍ଲାୱାର ତେଲର ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଖୁବ୍ ଶୀଘ୍ର ନୂତନ ମୂଲ୍ୟର ତେଲ ବଜାରରେ ଉପଲବ୍ଧ ହେବ ।

ଇଣ୍ଡିଆନ୍ ଭେଜିଟେବୁଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏନର ଅଧ୍ୟକ୍ଷ ସୁଧାକରଣ ରାଓ କହିଛନ୍ତି ଯେ, ବର୍ତ୍ତମାନ ପାମୋଲିନ୍ ଅଏଲର ଦାମ୍ ଲିଟର ପିଛା ୭-୮ ଟଙ୍କା ପର୍ଯ୍ୟନ୍ତ ଏବଂ ସୋରିଷ ତେଲର ମୂଲ୍ୟ ୧୦-୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ସେହିଭଳି ସୋୟାବିନ୍ ତେଲ ଲିଟର ପିଛା ୫ଟଙ୍କା ହ୍ରାସ ପାଇଛି । ଯାହା ଖୁବ୍ ଶୀଘ୍ର ମାର୍କେଟରେ ଉପଲବ୍ଧ ହେବ । ଫଳରେ ଗ୍ରାହକଙ୍କର କିଛିମାତ୍ରାରେ ମହଙ୍ଗାମାଡରୁ ଚିନ୍ତା ଦୂର ହୋଇପାରିବ । ସେହିଭଳି ଫର୍ଚୁନ ବ୍ରାଣ୍ଡର ସମସ୍ତର ତେଲର ମୂଲ୍ୟ ହ୍ରାସ ପାଇବାକୁ ଯାଉଥିବାବେଳେ ଜେମିନି ଏଡିବଲ୍ସ ଆଣ୍ଡ ଫ୍ୟାଟ୍ କମ୍ପାନୀ କିଛିଦିନ ପୂର୍ବେ ଫ୍ରିଡମ୍ ସନଫ୍ଲାୱାର ତେଲର ମୂଲ୍ୟ ଲିଟର ପିଛା ୧୫ଟଙ୍କା ହ୍ରାସ କରିଥିବା ଜଣାପଡିଛି ।

Get real time updates directly on you device, subscribe now.