fbpx

କଟୁରୀରେ ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ: ଥାନାରେ କଲା ଆତ୍ମସମର୍ପଣ

କରଞ୍ଜିଆ: ସ୍ୱାମୀ ସାଜିଲା ସଇତାନ… ଘଟାଇଲା ଅମାନୁଷିକ କାଣ୍ଡ… ଟାଙ୍ଗିଆ ଦୁଇ ଗଡ଼ କରିଦେଲା ନିଜ ପତ୍ନୀକୁ । ଖାଲି ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀର ମୁଣ୍ଡକୁ ଗୁହାଳରେ ପୋତିଦେଲା ପିଶାଚ ସ୍ୱାମୀ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆ ଠାକୁରମୁଣ୍ଡା ଥାନା ହାତୀଗଡ଼ା ଗାଁରେ । ଯେଉଁଠରେ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି । ସ୍ତ୍ରୀକୁ ହାଣିବା ପରେ ମୁଣ୍ଡକୁ ଗୁହାଳରେ ପୋତିଦେଇଥିଲା ଅଭିଯୁକ୍ତ । ଖାଲି ସେତିକି ନୁହେଁ ଅଭିଯୁକ୍ତ ସ୍ୱାମୀ ଥାନାରେ ମଧ୍ୟ ଆତ୍ମ ସମର୍ପଣ କରିଛି । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ।

ସେପଟେ ସମାନ ଢ଼ଙ୍ଗରେ ଦେଖିବାକୁ ମିଳିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଯେଉଁଠାରେ ଜଣେ ନାବାଳକ ନିଜ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । କେନ୍ଦୁଝର ତେଲକୋଇ ନୟାକୋଟ ଥାନା ଉପରବରଡ଼ା ଗାଁରେ ଏହି ଲୋମହର୍ଷକ ଘଟଣା ଘଟିଛି । ନୂଆ ଡ୍ରେସ୍ କିଣିବାକୁ ଟଙ୍କା ନଦେବାରୁ ନିଜ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ୧୦ ବର୍ଷର ପୁଅ ।

Get real time updates directly on you device, subscribe now.