fbpx

କେବଳ ଦରମା ନୁହେଁ, ଅଗ୍ନିବୀରଙ୍କୁ ମିଳିବ ଆହୁରି ଅନେକ ସୁବିଧା: ଜାଣନ୍ତୁ ତଥ୍ୟ

ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । କେବଳ ଦରମା ଟଭ୍କା ନୁହେଁ, ଏହାବ୍ୟତୀତ ଅନେକ ପ୍ରକାରର ସୁବିଧା ସୁଯୋଗ ପାଇ ପାରିବେ ଦେଶର ଅଗ୍ନିବୀର । ପ୍ରଥମେ ସେମାନଙ୍କ ନିଯୁକ୍ତିର ବୟସ ସୀମାରେ ବୃଦ୍ଧି କରାଇବା ପରେ ବିଭିନ୍ନ ସୁବିଧା ପାଇଁ ଘୋଷଣା କରିଛନ୍ତି ସରକାର ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅଗ୍ନିବୀରଙ୍କ ପାଇଁ ବିଭିନ୍ନ ବଡ ସୁବିଧାର ଘୋଷଣା କରାଯାଇଛି । ଏୟାର ଟ୍ରାଫିକ ସର୍ଭିସ ଏବଂ ଏୟାରକ୍ରାଫ୍ଟ ଟେକ୍ନିସିଆନ ଇତ୍ୟାଦି ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରାଳୟ । ଏହାବ୍ୟତୀତ ମେଣ୍ଟେନାନ୍ସ, ମରାମତି, ପ୍ରଶାସନିକ ଏବଂ ଆଇଟି ଓ ଯୋଗାଯୋଗରେ ମଧ୍ୟ ଅଭ୍ନିବୀରମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସେହିପରି ଅଗ୍ନିବୀର ଯୋଜନାର କର୍ମଚାରୀ ମାନେ ଲଜିଷ୍ଟିକ ଏବଂ ସପ୍ଲାଇ ଚେନ ବ୍ୟବସ୍ଥା ପାଇଁ ମଧ୍ୟ ସୁବିଧା ପାଇପାରିବେ । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣାନାମା ଜାରି କରାଯାଇଛି ।

Get real time updates directly on you device, subscribe now.