fbpx

ଏଇଟା ଗାଡ଼ିଆ ନା ପୋଖରୀ! ଯୁବକଙ୍କ ପେଟରୁ ଡାକ୍ତର ବାହାର କଲେ ୨୫୦ଟି ଲୁହାକଣ୍ଟା, ୩୫ଟି କଏନ୍ ଓ ପଥର ଖଣ୍ଡ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଆମ ଚାରିପାଖରେ ଅନେକ ଅଜବ ଧରଣର ଘଟଣା ସବୁ ଦେଖିବାକୁ ମିଳିଥାଏ । ତେବେ ନିକଟରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜଣେ ଯୁବକଙ୍କ ପେଟରୁ ଏପରି କିଛି ଜିନିଷ ବାହାରିଛି, ଯାହାକୁ ଶୁଣିଲେ କେହି ବି ବିଶ୍ୱାସ କରିବେ ନାହିଁ । ଯୁବକଙ୍କ ପେଟରୁ ଡାକ୍ତର ୨୫୦ଟି ଲୁହାକଣ୍ଟା, ୩୫ଟି କଏନ୍ ଓ ପଥର ଖଣ୍ଡ ବାହାର କରିଛନ୍ତି ।

ଜଣାପଡ଼ିଛି ଯେ, ବର୍ଦ୍ଧମାନ ଜିଲ୍ଲାର ଜଣେ ଯୁବକଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅପରେସନ ପରେ ଏହିସବୁ ଜିନିଷ ଯୁବକଙ୍କ ପେଟରୁ ବାହାରିବା ପରେ ଡାକ୍ତରଙ୍କ ହୋସ୍ ଉଡ଼ି ଯାଇଥିଲା । ଉକ୍ତ ଯୁବକ ଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ହୋଇଥିବା ବେଳେ ସେ ଦୀର୍ଘ ୧୫ ବର୍ଷ ଧରି ଲୁହାକଣ୍ଟା ଓ କଏନ୍ ଖାଉଥିବା ଜଣାପଡ଼ିଛି ।

ତେବେ ଉକ୍ତ ଯୁବକଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ ସେ ୧୬ ବର୍ଷ ଧରି ମାନସିକ ଭାବେ ବିମାର ରହିଥିଲେ । ସେ ଆଜି ସକାଳ କିଛି ଖାଇ ନଥିବା ବେଳେ ଦ୍ୱିପ୍ରହର ସମୟରେ କେବଳ ଏକ ଗ୍ଲାସ ଦୁଧ ପିଇଥିଲେ । ଏହାପରେ ତାଙ୍କର ବାନ୍ତି ହେବାରୁ ତାଙ୍କୁ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅପରେସନ ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.