fbpx

ସପ୍ତାହ ଭିତରେ କମିଗଲା ସୋରିଷ ତେଲର ଦାମ: ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ମହଙ୍ଗା ମାଡ ଭିତରେ ହ୍ରାସ ପାଇଛି ସୋରିଷ ତେଲର ଦାମ । ଏହି ସପ୍ତାହରେ ସୋରିଷ ତେଲର ଦାମ କମିବା ପରେ ଗ୍ରାହକଙ୍କୁ ଟକିଏ ଚିନ୍ତାରୁ ମୁକ୍ତି ମିଳିଛି । ଧାରା ବ୍ରାଣ୍ଡର ଖାଦ୍ୟ ତେଲ ବିକ୍ରି କରୁଥିବା ସହକାରୀ କମ୍ପାନୀ ମଦର ଡାଏରୀରୁ ଆରମ୍ଭ କରି ଅଡାନୀ ବିଲ୍ମର ପର୍ଯ୍ୟନ୍ତ ସୋରିଷ ତେଲରେ ଦର ହ୍ରାସ ପାଇଛି । ଏହାବ୍ୟତୀତ ଅନ୍ୟ ବ୍ରାଣ୍ଡେଡ ତେଲ କମ୍ପାନୀ ମଧ୍ୟ ନିଜ ନିଜ ରେଟ କମ କରିବାକୁ ଯାଉଛନ୍ତି । ବିଦେଶୀ ମାର୍କେଟରେ ମଧ୍ୟ ଖାଦ୍ୟତୈଳରେ ହ୍ରାସ କରାଯିବ ।

ଧାରା ବ୍ରାଣ୍ଡର ସମସ୍ତ କାଟାଗୋରୀର ତେଲର ଦାମ ୧୫ ଟଙ୍କା ପର୍ଯ୍ୟନ୍ତ କମ କରାଯିବ ବୋଲି ସୂଚନା ଦେଇଛି ମଦର ଡାଏରୀ । ସେହିପରି ଅଡାନୀ ବିଲ୍ମର ଖାଦ୍ୟତୈଳ ଦର ମଧ୍ୟ ଲିଟର ପିଛା ୧୦ ଟଙ୍କା କମ କରିବା ନେଇ ଜଣାପଡିଛି । ୧ ଲିଟର ଫର୍ଚ୍ୟୁନ ସୋରିଷ ତେଲର ଦାମ ୨୦୫ରୁ ୧୯୫କୁ ଖସି ଆସିପାରେ । ସେହିପରି ଫର୍ଚ୍ୟୁନ ରିଫାଇନ ସନଫ୍ଲାୱାର ତେଲ ଲିଟର ପିଛା ସର୍ବାଧିକ ୨୧୦ ଟଙ୍କା ରହିବ । ଏହା ପୂର୍ବରୁ ୨୨୦ ଟଙ୍କା ସର୍ବାଦିକ ମୂଲ୍ୟ ରହିଥିଲା । ତେବେ ଖୁବ ଶୀଘ୍ର ନୂଆ ଦରଦାମ ଲାଗୁ କରାଯିବ ।

ମଣ୍ଡିରେ ସୋରିଷ ତେଲ ଉତ୍ପାଦନ କମ ଥିଲେ ବି ଚାହିଦା ମଧ୍ୟ ହ୍ରାସ ପାଇଛି । ତେଣୁ ସୋରିଷ ତେଲ ଏବଂ ବିହନ ମୂଲ୍ୟ ଏହି ସପ୍ତାହରେ ହ୍ରାସ ପାଇଛି । ଏହା ଖାଉଟି ମାନଙ୍କ ପାଇଁ ଏକ ଖୁସିର ଖବର । ଦେଶରେ ପ୍ରତ୍ୟେକ ଜିନିଷ ବିଶେଷ କରି ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଗ୍ରାହକଙ୍କୁ ଏହା ଏକ ଆଶ୍ୱସ୍ତି ଦେଇଛି ।

Get real time updates directly on you device, subscribe now.