fbpx

ସର୍ଜରୀ ଯୋଗୁଁ ବିଗିଡ଼ିଗଲା ଅଭିନେତ୍ରୀଙ୍କ ଚେହେରା: କହିଲେ ଘରୁ ବାହାରିବା ହୋଇପଡ଼ିଛି ମୁସ୍କିଲ

ଜଣେ ଫିଲ୍ମ ଷ୍ଟାରଙ୍କ ପାଇଁ ତାଙ୍କ ଚେହେରା ହିଁ ସବୁକିଛି ହୋଇଥାଏ । ଖାସ୍ କରି ଅଭିନେତ୍ରୀ ମାନେ ନିଜ ଗ୍ଲାମର ଏବଂ ଚେହେରାର ସୁନ୍ଦରତା ଦ୍ୱାରା ଦର୍ଶକଙ୍କୁ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଯଦି ଏହି ଚେହେରାକୁ କିଛି ହୋଇଯାଏ ତେବେ ତାଙ୍କ ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିଥାଏ । ଆମେ ସମସ୍ତେ ଅନେକ ଥର ଅନେକ ଅଭିନେତା ପ୍ଲାଷ୍ଟିକ ସର୍ଜରୀ କରି ନିଜ ଚେହେରା ବଦଳାଇଥିବା ଏବଂ ଅଧିକ ସୁନ୍ଦର ହେବା ପାଇଁ ଚେହେରା ଖରାପ କରାଇଥିବା କାହାଣି ଶୁଣିଛେ । କିନ୍ତୁ କନ୍ନଡ଼ ଅଭିନେତ୍ରୀ ସ୍ୱାତି ସତୀଶଙ୍କ ସହ କିଛି ଅଲଗା ହିଁ ଘଟିଛି ।

ଅନେକ ଥର ଦେଖାଯାଇଛି ଯେ ଫିଲ୍ମ ସେଲିବ୍ରିଟିଙ୍କୁ ସେମାନଙ୍କ ଭୁଲ୍ ସର୍ଜରୀ ପାଇଁ ଅସୁବିଧା ଭୋଗିବାକୁ ପଡ଼ିଥାଏ । ଏବେ ପୁଣି ଖବର ଆସିଛି ଯେ କନ୍ନଡ଼ ଅଭିନେତ୍ରୀ ସ୍ୱାତି ସତୀଶଙ୍କ ଚେହେରା ଏକ ଦାନ୍ତ ସର୍ଜରୀ ଯୋଗୁଁ ବିଗିଡ଼ିଯାଇଛି । ସ୍ୱାତୀ ଏକ ପ୍ରାଇଭେଟ କ୍ଲିନିକରେ ନିଜ ଦାନ୍ତ ର ରୁଟ୍ କ୍ୟାନାଲ ସର୍ଜରୀ କରାଇଥିଲେ, ଯାହାପରେ ତାଙ୍କ ଚେହେରା ସଂପୂର୍ଣ୍ଣ ଭାବରେ ଫୁଲିଯାଇଥିଲା । ଡାକ୍ତର କହିଥଲେ ଯେ ତାଙ୍କର ଏପରି ଅବସ୍ଥା କିଛି ସମୟ ମଧ୍ୟରେ ଭଲ ହୋଇଯିବ କିନ୍ତୁ ୨୦ ଦିନ ବିତିଯାଇଥିଲେ ବି ତାଙ୍କ ଚେହେରା ଏହିଭଳି ଫୁଲି ରହିଥିଲା । ଫଳରେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି ।

ସ୍ୱାତୀ ସତୀଶଙ୍କ ଖରାପ ଚେହେରାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଚେହେରାର ଅବସ୍ଥା ଏଭଳି ଖରାପ ହୋଇଛି ତାହା ଫଟୋରେ ହିଁ ଜଣାପଡ଼ୁଛି । ରିପୋର୍ଟ ଅନୂଯାୟୀ ତାଙ୍କୁ ଆନାସ୍ଥେସିଆ ବଦଳରେ ଡାକ୍ତର ସେଲିସିକ୍ଲିକ ଏସିଡ୍ ଦେଇଥିଲେ । ଏକ କନ୍ନଡ଼ ନ୍ୟୁଜ୍ ଚ୍ୟାନେଲ୍ ଅନୂଯାୟୀ ସ୍ୱାତି ସତୀଶ କ୍ଲିନିକରେ ମେଡିକାଲ ଅବହେଳା ଯୋଗୁଁ ଏପରି ଘଟିଛି । ସ୍ୱାତୀ କହିଛନ୍ତି ଯେ ଡାକ୍ତର ତାଙ୍କୁ ଭୁଲ ସୂଚନା ଦେଇଥିଲେ ଏବଂ ଏବେ ସେ କ୍ଲିନିକ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ।

ସ୍ୱାତୀ କହିଛନ୍ତି ଯେ ଏହି କାରଣରୁ ତାଙ୍କ ଫିଲ୍ମ କ୍ୟାରିୟର ଉପରେ ପ୍ରଭାବ ପଡ଼ିଛି । ତାଙ୍କର ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି କିନ୍ତୁ । ସେହି ଏହି ଅବସ୍ଥା ଯୋଗୁଁ ବାହାରକୁ ବାହାରି ପାରୁନାହାଁନ୍ତି ଏବଂ ତାଙ୍କ ଫିଲ୍ମର ପ୍ରମୋଶନ କରିପାରୁନାହାଁନ୍ତି । କୁହାଯାଉଛି ଏବେ ସେ ତାଙ୍କ ଚେହେରାର ଚିକିତ୍ସା ଅନ୍ୟ ମେଡିକାଲ କ୍ଲିନିକରେ କରୁଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ନିଜର ଭୁଲ୍ ଫ୍ୟାଟ ରିମୁଭାଲ ସର୍ଜରୀ ଯୋଗୁଁ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.