fbpx

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଆଇଏଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପା।ଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ବିଶେଷ କରି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଯେପରି ସୂଚାରୁ ରୂପେ ସମ୍ପନ୍ନ ହେବ ଏବଂ ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ ଚ୍ୟାନେଲଗୁଡ଼ିକ ଦ୍ୱାରା ରଥଯାତ୍ରାର ସିଧା ପ୍ରସାରଣ ପୂର୍ବକ ସାରା ଦେଶର ଭକ୍ତମାନଙ୍କୁ ରଥଯାତ୍ରା ସମ୍ପର୍କରେ ଅବଗତ କରାଇବେ ସେ ବାବଦରେ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.