fbpx

ବଢୁଥିବା ଦୁଷ୍କର୍ମ ମାମଲାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ପାକିସ୍ତାନ ସରକାର

ନୁଆଦିଲ୍ଲୀ: ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ପ୍ରତି ବଢୁଥିବା ନିର୍ଜାତନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଶାସନ ଦୁଷ୍କର୍ମ ମମଲା ଗୁଡ଼ିକ ସହିତ ଲଢିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହେବାକୁ ପଡ଼ିଛି । ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ମହିଳା ଏବଂ ଶିଶୁଙ୍କ ପ୍ରତି ତିବ୍ର ଭାବରେ ବୃଦ୍ଧି ପାଇଥିବା ନିର୍ଜାତନା ସମାଜ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ପାକିସ୍ତାନୀ ଖବରକାଗଜ “ଡନ’ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ମୁସଲିମ୍ ଲିଗ୍ ନୱାଜଙ୍କ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ପଞ୍ଜାବରେ ପ୍ରତିଦିନ ଚାରି ରୁ ପାଞ୍ଚଟି ବଳାତ୍କାର ମାମଲା ରୁଜୁ କରାଯାଉଛି, ଯେଉଁଥିପାଇଁ ସରକାର ଯୌନ ନିର୍ୟାତନା ତଥା ଏଭଳି ମାମଲା ସାମ୍ନା କରୁଛନ୍ତି। ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।

ଆଇନ ମନ୍ତ୍ରୀ ମଲିକ ମହମ୍ମଦ ଅହମ୍ମଦ ଖାନଙ୍କ ଉପସ୍ଥିତିରେ ତାର କହିଛନ୍ତି ଯେ ବଳାତ୍କାର ଓ ଆଇନ ଶୃଙ୍ଖଳା ମନ୍ତ୍ରଣାଳୟ କମିଟି ଦ୍ୱାରା ସମସ୍ତ ମାମଲାର ସମୀକ୍ଷା କରାଯିବ ଏବଂ ନାଗରିକ ସଂଗଠନ, ମହିଳା ଅଧିକାର ସଂଗଠନ, ଶିକ୍ଷକ ଏବଂ ଆଇନଜୀବୀଙ୍କୁ ମଧ୍ୟ ଏହି ଘଟଣାର ନଜର ରଖିବାକୁ ପରାମର୍ଶ ଦିଆଯିବ।

ଆଇନ ମନ୍ତ୍ରୀ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ପିଲାମାନଙ୍କୁ ନିରାପତ୍ତାର ମହତ୍ତ୍ୱ ବିଷୟରେ ଶିକ୍ଷା ଦିଅନ୍ତୁ ଏବଂ ତଦାରଖ ବିନା ପିଲାମାନଙ୍କୁ ଏକାକୀ ଛାଡନ୍ତୁ ନାହିଁ। ମନ୍ତ୍ରୀ କହିଛନ୍ତି ଯେ ଅନେକ କ୍ଷେତ୍ରରେ ଅଭିଯୁକ୍ତମାନଙ୍କୁ ଅଟକ ରଖାଯାଇଛି ଏବଂ ଯୌନ ନିର୍ଜାତନା ବିଷୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ସେ କହିଛନ୍ତି ଯେ ବଳାତ୍କାର ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ଅଭିଯାନ ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.