fbpx

ଲକ୍ ଡାଉନ୍ ସମୟରେ ଜିଓର ଅଫର୍: ବୈଧତା ସହ ୧୦୦ ମିନିଟ୍ ମାଗଣା

ନୂଆଦିଲ୍ଲୀ,୩୧ ।୩: ସାରା ଦେଶ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ଥିବା ବେଳେ ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଆଣିଦେଇଛି ଖୁସି ଖବର । ଜିଓର ଅଧିକାଂଶ ଗ୍ରାହକ ଅନଲାଇନରେ ରିଜାର୍ଚ କରୁଥିବା ବେଳେ ଲକ-ଡାଉନ ସମୟରେ ଦୋକାନରୁ ରିଚାର୍ଜ କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରିଚାର୍ଜ କରିବାର ବହୁ ବିକଳ୍ପ ଆଣିଛି ଜିଓ, ଯେଉଁଥିରେ ୟୁପିଆଇ, ଏଟିଏମ୍, ଏସଏମଏସ ଓ କଲ୍ ସାମିଲ ରହିଛି ।

କମ୍ପାନୀ ଜିଓ ଫୋନ୍ ପାଇଁ ଅନେକ ସୁବିଧା ଆଣିଛି । ଜିଓ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଜିଓଫୋନ୍ ଗ୍ରାହକଙ୍କୁ ୧୦୦ ମିନିଟ୍ ମାଗଣା ଫୋନ୍ କଲ୍ଏ ବଂ ୧୦୦ ଏସଏମଏସ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି । ରିଲାଏନ୍ସ ଜିଓ ଆହୁରି ଏକ ଆକର୍ଷକ ଘୋଷଣା ମଧ୍ୟ କରିଛି । ଜିଓ ଫୋନର ଉପଭୋକ୍ତାମାନଙ୍କ ଫୋନରେ ଥିବା ପ୍ରିପେଡ୍‌ ପ୍ୟାକ୍‌ ସରିଯାଇଥିଲେ ମଧ୍ୟ ସବୁ ଉପଭୋକ୍ତାଙ୍କ ପାଇଁ ନେଟୱାର୍କରେ ଆସୁଥିବା ସମସ୍ତ ଇନକମିଂ କଲ୍ ଅତି କମରେ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଏହା ଦ୍ୱାରା ଜିଓ ନିଶ୍ଚିତ କରିବାକୁ ଚାହୁଁଛି ଯେ ଜିଓଫୋନ୍ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଉପଭୋକ୍ତା ପୂରା ଲକଡାଉନ୍‌ ସମୟରେ ସେମାନଙ୍କ ଫୋନ୍‌ ଚାଲୁ ରଖିପାରିବେ ।

Get real time updates directly on you device, subscribe now.