fbpx

କେବଳ ମହିଳାଙ୍କ ପାଇଁ ନୂଆ ଫିଚର ଲଞ୍ଚ କଲା WHATSAPP: ଦେଖନ୍ତୁ କ’ଣ ଆସିଛି ଅପଡେଟ

ନୂଆଦିଲ୍ଲୀ: ବହୁ ଲୋକପ୍ରିୟ ସୋସିଆଲ ମିଡିଆ ଆପ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଅପଡେଟ । ତେବେ ଏହି ଅପଡେଟରେ ଥିବା ଫିଚର କେବଳ ମହିଳାଙ୍କ ପାଇଁ ବୋଲି କୁହାଯାଇଛି । ଦୀର୍ଘ ଦିନରୁ ମହିଳାମାନଙ୍କ ପାଇଁ ଚିନ୍ତା ପାଲଟିଥିବା ଏକ ସମସ୍ୟା ସମାଧାନ ନେଇ ଆସିଛି ହ୍ୱାଟ୍ସଆପର ଏହି ଅପଡେଟ । କେବଳ ମହିଳାମାନଙ୍କ ପାଇଁ ତିଆରି ହୋଇଥିବା ଏହି ଫିଚର ବେ ବ୍ୟବହାର ପାଇଁ ରୋଲ ଆଉଟ ହୋଇ ସାରିଛି ।

ସୂଚନା ଅନୁସାରେ, ହ୍ୱାଟ୍ସଆପ ଏବେ ମହିଳାଙ୍କ ହାଇଜିନ ବ୍ରାଣ୍ଡ ସିରୋନା ସହିତ ହାତ ମିଳାଇଛି । ଅର୍ଥାତ ଏବେ ମହିଳାମାନେ ନିଜ ପିରିୟଡସକୁ ଟ୍ରାକ କରିବା ପାଇଁ ଅନ୍ୟ କୌଣସି ଆପର ଆବଶ୍ୟକତା ପଡିବ ନାହିଁ । କାରଣ ଏବେ ମହିଳାମାନେ ନିଜ ମେନଷ୍ଟ୍ରୁଆଲ ସାଇକଲକୁ ହ୍ୱାଟ୍ସଆପ ଜରିଆରେ ମଧ୍ୟ ଟ୍ରାକ କରିପାରିବେ । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛି ସିରୋନା । ପିରିୟଡ ଟ୍ରାକ କରିବା ସହିତ ଗର୍ଭଧାରଣ ଏବଂ ଏହାକୁ ଏଡାଇବା ଇତ୍ୟାଦି ବିଷୟରେ ସୂଚନା ଦେବା ପାଇଁ ଏହି ଫିଚର ମହିଳାମାନଙ୍କୁ ଖୁବ ସାହାଯ୍ୟ କରିବ ।

ପ୍ଲାଟଫର୍ମରେ ପଅସ୍ତୁତ ହୋଇଥିବା ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ସ୍ମାର୍ଟଫୋନରେ ସିରୋନାର ହ୍ୱାଟ୍ସଆପ ବିଜନେସ ଆକାଉଣ୍ଟ ନମ୍ବର ୯୭୧୮୮୬୬୬୪୪ କୁ ସେଭ କରନ୍ତୁ । ଏହାପରେ ନିଜ ହ୍ୱାଟ୍ସଆପ ନମ୍ବରରୁ ଏହି ନମ୍ବରକୁ ‘Hi’ ମେସେଜ କରନ୍ତୁ । ଏହାପରେ ଆପଣଙ୍କ ପାଖକୁ ଅପ୍ସନ ଆସିବ । ସ୍କ୍ରିନରେ ଥିବା ବକ୍ସରେ “ପିରିୟଡ ଟ୍ରାକର’ ଲେଖିବା ପରେ ନିଜର ପିରିୟଡର ତଥ୍ୟ ଦିଅନ୍ତୁ । ଏହାପରେ ଆପଣଙ୍କ ଫର୍ଟାଇଲ ୱିଣ୍ଡୋ, ଆସନ୍ତା ଏବଂ ଶେଷ ପିରିୟଡର ତାରିଖ ଏବଂ ଆପଣଙ୍କ ମେନଷ୍ଟୁଆଲ ସାଇକେଲର ସମୟସୀମା ଇତ୍ୟାଦି ଆପଣଙ୍କୁ ସୂଚାଇ ଦେବ ହ୍ୱାଟ୍ସଆପର ଏହି ସ୍ପେଶାଲ ଫିଚର ।

Get real time updates directly on you device, subscribe now.