କଟକ(ଓଡ଼ିଶା ଭାସ୍କର): ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ୍ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ। ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସ୍ର ଦ୍ୱାରସ୍ଥ ହୋଇଛନ୍ତି। “ବିଶ୍ୱାସ” ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଲିଖିତ ଏତଲା ଦେଇଛନ୍ତି।
ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶା ଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲା ରେ ଦର୍ଶାଯାଇଛି। ଏଭଳି ଅଯଥା ଖବରରୁ ଗଣମାଧ୍ୟମ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
ଏହାଛଡ଼ା ଏହି ଘଟଣା ଠାରୁ ବିଶେଷ କରି ଗ୍ରାମାଞ୍ଚଳ ରେ ଝିଅ, ବୋହୂମାନେ କେହି ଅଟୋ ରେ ଯିବା ଆସିବା କରିବାପାଇଁ ସୁରକ୍ଷିତ ମଣୁ ନାହାନ୍ତି। ଏହାଛଡ଼ା ଏହି ଘଟଣା କୁ ନେଇ ବାଟରେ ଘାଟରେ ଝିଅ, ବୋହୂ ମାନଙ୍କୁ କମେଣ୍ଟ କରାଯାଉଥିବା ର ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ। ତେଣୁ ଗଣମାଧ୍ୟମ ଟୁଙ୍ଗୁରୁ-ବର୍ଷା ଖବର ଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଏହି ସାମାଜିକ ସଂଗଠନ।