fbpx

ଚିଠି ଲେଖି ସ୍ୱରାଙ୍କୁ ମାରିବା ପାଇଁ ଧମକ, ଅଜଣା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ମିଳିଛି ହତ୍ୟା ଧମକ । କେହି ଦୁର୍ବୃତ୍ତ ଚିଠି ଲେଖି ସ୍ୱରାଙ୍କୁ ମାରିବା ପାଇଁ ଧମକ ଦେଇଛି । ଏହି ଚିଠି ମିଳିବା ପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି । ପୁଲିସ୍‌ର ସୂଚନା ଅନୁଯାୟୀ, ଏହି ହତ୍ୟା ଧମକ ଭରା ଚିଠି ଭରସୋଭାରେ ଥିବା ସ୍ୱରାଙ୍କ ଘରକୁ ପଠାଯାଇଥିଲା । ଚିଠି ମିଳିବା ପରେ ସେ ଦୁଇ ଦିନ ତଳେ ଭରସୋଭା ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ । ଚିଠିକୁ ସେ ପୁଲିସ୍‌କୁ ଦେବା ସହ ବିଧିବଦ୍ଧ ଭାବେ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି । ହିନ୍ଦୀରେ ଆସିଥିବା ଚିଠିରେ ଲେଖାଯାଇଛି ଯେ ଦେଶର ଯୁବପିଢ଼ି କେବେ ହେଲେ ବୀର ସବରକରଙ୍କ ଅପମାନକୁ ସହ୍ୟ କରିପାରିବେ ନାହିଁ । ସ୍ୱରା ସବରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି । ଚିଠିରେ କୁହାଯାଇଛି ଯେ ସ୍ୱରା ଭାସ୍କର ବୀର ସବରକରଙ୍କୁ ଅପମାନିତ କରିବା ବନ୍ଦ କରୁନ୍ତୁ ଓ କେବଳ ନିଜ ଫିଲ୍ମ ଉପରେ ଧ୍ୟାନ ଦିଅନ୍ତୁ । ଚିଠି ପଠାଇଥିବା ଲୋକ ନିଜ ନାଁ ଲେଖିନି । ବୀର ସବରକରଙ୍କ ଅପମାନ ସହ୍ୟ କରାଯିବନି ବୋଲି ସେ ଏଥିରେ ଉଲ୍ଲେଖ କରିଛି ।

Get real time updates directly on you device, subscribe now.