fbpx

ଦୀର୍ଘ ୨ବର୍ଷ ଅପେକ୍ଷାର ଅନ୍ତ: ଆଜିଠୁ ଆରମ୍ଭ ହେବ ଅମରନାଥ ଯାତ୍ରା, ୮ଲକ୍ଷ ଶ୍ରଦ୍ଧାଳୁ ଯାତ୍ରା ସାମିଲ ହେବାକୁ ଆଶା

ଶ୍ରୀନଗର: ଦୁଇ ବର୍ଷର ଦୀର୍ଘ ଅପେକ୍ଷା ପରେ ଗୁରୁବାର ଅମରନାଥ ଯାତ୍ରା ଆରମ୍ଭ ହେବ । ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ କାର୍ଯ୍ୟରେ ନୟୋଜିତ କର୍ମୀଙ୍କୁ ଅତିରିକ୍ତ ସମୟ ଦେଇ କାର୍ଯ୍ୟ ସମ୍ପନ୍ନ କରିଛି । ଏଥର ୮ ଲକ୍ଷ ଲୋକ ଯାତ୍ରା କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ପାଇଁ ପଞ୍ଜୀକରଣ କରାଇନେଲେଣି ।

ଅତଙ୍କବାଦୀ ଏବଂ ଡ୍ରୋନ ଆକମଣକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି । ଏହି ପ୍ରଣାଳୀ ଏକ ବିଶେଷ ନିୟନ୍ତ୍ରଣ କକ୍ଷ ସହିତ ସାମିଲ ହୋଇଛି, ଯେଉଁଠି ଦଳ ଦଳ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହା ପରିବର୍ତ୍ତେ ସିସିଟିଭି, ଏବଂ ଡ୍ରୋନ ସାହାଯ୍ୟରେ ଦୁଇ ଯାତ୍ରାପଥ ଉପରେ ଲକ୍ଷ୍ୟ ରଖାଯିବ । ଯାତ୍ରା ପଥକୁ ଭାଗ ଭାଗ କରାଯାଇଛି । ସୁରକ୍ଷା ସଂସ୍ଥାଗୁଡ଼ିକର ଅଧିକାରୀଙ୍କ ସହିତ ସଂଯୁକ୍ତ କର୍ମୀ ପ୍ରତି ସେକ୍ଟରରେ ନିୟୋଜିତ ରହିବେ ।

Get real time updates directly on you device, subscribe now.