fbpx

ସମସ୍ତ ଘରେ ଲଗାଯିବ ପ୍ରିପେଡ ସ୍ମାର୍ଟ ମିଟର: ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ୍ ରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲକୁ ନେଇ ଚିନ୍ତାରେ ଜନସାଧାରଣ । ଏହାରି ମଧ୍ୟରେ ଗ୍ରାହକଙ୍କୁ ମିଟର ରିଡିଂ ଓ ବିଦ୍ୟୁତ୍ ବିଲ୍ ସମ୍ବନ୍ଧ ସମସ୍ୟାର ସମାଧାନ ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଦକ୍ଷିଣ ହରିୟାଣା ବିଦ୍ୟୁତ୍ ବିତରଣ ନିଗମ ଓ ଉତ୍ତର ହରିୟାଣା ବିଦ୍ୟୁତ୍ ବିତରଣ ନିଗମ ମାଧ୍ୟମରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଯାଉଛି । ଏହା ମାଧ୍ୟମରେ ଗ୍ରାହକମାନଙ୍କୁ ଅନେକ ରିହାତି ବା ଲାଭ ଦିଆଯାଉଛି ।

ବିଦ୍ୟୁତ୍ ନିଗମର ମୁଖପାତ୍ର କହିଛନ୍ତି ଯେ, ପୋଷ୍ଟପେଡ୍ ଗ୍ରାହକମାନେ ସେମାନଙ୍କ ମିଟରକୁ ପ୍ରିପେଡ୍ ମିଟରରେ ପରିଣତ କରିପାରିବେ । ଯେଉଁଥିପାଇଁ ସେମାନଙ୍କୁ ମୋବାଇଲରେ ସ୍ମାର୍ଟ ମିଟର ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏଥିପାଇଁ ଗ୍ରାହକମାନେ ୧୯୧୨ ରେ କଲ ମଧ୍ୟ କରିପାରିବେ ।

ସେ ସୂଚନା ଦେଇଛନ୍ତି ଯେ, ପ୍ରିପେଡ୍ ସ୍ମାର୍ଟ ମିଟର ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ୍ ଉପରେ ୫ ପ୍ରତିଶତ ରିହାତି ମିଳିବ । ଏହା ବ୍ୟତୀତ ଦୈନିକ ବିଦ୍ୟୁତ୍ ବ୍ୟବହାରକୁ ଗ୍ରାହକ ସ୍ୱୟଂ ମନିଟରିଂ କରିପାରିବ । କ୍ରେଡିଟ୍ ବାଲାନ୍ସ ଉପରେ ଦୈନିକ ଆଲର୍ଟ ଓ ସରକାରୀ ଛୁଟିଦିନରେ କେହି ବିି ବିଦ୍ୟୁତ୍ କାଟ କରିପାରିବେ ନାହିଁ । ମୁଖପାତ୍ର କହିଛନ୍ତି ଯେ, ସ୍ମାର୍ଟ ମିଟର ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇବ, ଯେଉଁଥିରେ ସେମାନେ ସ୍ମାର୍ଟ ମିଟର ସାହାଯ୍ୟରେ ବିଦ୍ୟୁତ୍ ବ୍ୟବହାର ଉପରେ ନଜର ରଖିପାରିବେ ଏବଂ ଏହାର ବିଶ୍ଳେଷଣ କରିପାରିବେ ।

Get real time updates directly on you device, subscribe now.