fbpx

ଶରୀରର ଏହି ୫ ସମସ୍ୟାରୁ ଆରାମ ଦେଇଥାଏ ଅଦା ଚା’

ନୂଆଦିଲ୍ଲୀ: ଖରାଦିନ ହେଉ କି’ ଶୀତଦିନ ସକାଳୁ ଉଠି ଅଦା ଚା ପିଇବା ଭାରତରେ ଅଧିକାଂଶ ଘରେ ଦେଖିବାକୁ ମିଳେ । ଏମିତିକି ବର୍ଷାଦିନେ ଅଦା ଚା ତ’ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । କୁହାଯାଏ ବର୍ଷାଦିନେ ଅଦା ଚା ପିଇଲେ କେବଳ ଆପଣଙ୍କୁ ଥଣ୍ଡା-କାଶ ନୁହେଁ ବରଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ଲାଭ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଲାଭ ବିଷୟରେ ।

ପ୍ରକୃତରେ ଅଦାର ବ୍ୟବହାର ଅନେକ ସମୟରୁ କରାଯାଇଆସୁଛି । ଏହାକୁ ଥଣ୍ଡା-କାଶ ଏବଂ ଅନ୍ୟ କେତେକ ରୋଗକୁ ଠିକ୍ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀରକୁ ତାଜା ରଖିବାକୁ ମଧ୍ୟ ଏହା ବେଶ୍ ଲାଭଦାୟକ ।

– ଅଦା ଚା ଓଜନ କମାଇବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ନାସନାଲ ଲାଇବ୍ରେରୀ ଅଫ୍ ମେଡିସନର ୨୦୧୮ର ରିସର୍ଚ୍ଚ ଅନୂଯାୟୀ ଅଦା ଆମ ଶରୀରରେ ଅତିରିକ୍ତ ଓଜନ କମାଇବାକୁ ସାହାଯ୍ୟ କରିଥାଏ । କାରଣ ଏହା ଆପଣଙ୍କୁ ଭୋକକୁ କଣ୍ଟ୍ରୋଲ କରି ଆପଣଙ୍କ ଶରୀରରେ ଗରମ ବଢ଼ାଇଥାଏ । ଯଦି ଆପଣ ଅଦା ଚା ନିଜ ଡାଏଟରେ ସାମିଲ କରୁଛନ୍ତି, ତେବେ ଏହା ଖୁବଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିଥାଏ ।

-ପାଚନତନ୍ତ୍ର ମଜବୁତ କରେ: ଅଦା ଏକ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାମ କରେ ।  ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ଶରୀର ପାଇଁ ଆଣ୍ଟିସେପ୍ଟିକ୍ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ ।

– ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡିତ ତେବେ ଅଦା ଚା ଆପଣଙ୍କ ପାଇଁ ଭଲ ।  ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନର ୨୦୧୭ ରିପୋର୍ଟ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଅଦା ଚା ପିଉଛନ୍ତି ସେମାନଙ୍କ ଉଚ୍ଚ ରକ୍ତଚାପର ଆଶଙ୍କା କମ୍ ଥାଏ । ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଅଦା ଚା ହେଉଛି ସର୍ବୋତ୍ତମ ପାନୀୟ  ।

– ଅଦା ଚା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୁଏ । କାରଣ ଏଥିରେ କ୍ରୋମିୟମ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ୍ ଭରପୂର ଅଟେ  । ଯାହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ  ।

– ନ୍ୟୁଟ୍ରିସନ ଜର୍ଣ୍ଣାଲର ୨୦୧୪ ରିପୋର୍ଟ ଅନୁଯାୟୀ, ଅଦା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ଯେଉଁମାନେ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ସମସ୍ୟାରେ ପୀଡିତ, ସେମ।।ନ ଅଦା ଚା ପିଇଲେ ଆରାମ ମିଳିଥାଏ ।

Get real time updates directly on you device, subscribe now.