fbpx

Zee Newsରୁ ଇସ୍ତଫା ଦେଲେ ସୁଧୀର ଚୌଧରୀ

ନୂଆଦିଲ୍ଲୀ: ଜି ନ୍ୟୁଜର ସିଇଓ ଏବଂ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୁଧୀର ଚୌଧରୀ । ତେବେ ସୁଧୀର ତାଙ୍କର ଇସ୍ତଫା ପତ୍ର ସୁବାଷ ଚନ୍ଦ୍ରାଙ୍କ ପାଖକୁ ପଠାଇଛନ୍ତି । ସୁଧୀର ଆଗକୁ ନିଜର ବିଜିନେସ୍ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ସୁଧୀର ଭାରତୀୟ ଟିଭି ସାମ୍ବାଦିକତା କ୍ଷେତ୍ରରେ ଏକ ଜଣାଶୁଣା ନାମ । ସେ ଜି’ ନ୍ୟୁଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ ।

ଗତ ୨୦୦୩ ମସିହାରେ ମସିହାରେ ସୁଧୀର ପ୍ରଥମ ଥର ପାଇଁ ଜି’ ଛାଡ଼ି ସାହାରା ସମୟରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଇଣ୍ଡିଆ ଟିଭିରେ କିଛି ଦିନ ଧରି କାର୍ଯ୍ୟ କରିଥିଲେ । ୨୦୧୨ରେ ସେ ପୁନର୍ବାର ଜି’କୁ ଫେରିଥିଲେ । ହିନ୍ଦି ନ୍ୟୁଜ୍ ଚାନେଲର ଅନ୍ୟତମ ଟପ୍ ରେଟେଡ୍ ଶୋ’ ଡେଲି ନ୍ୟୁଜ ଆଣ୍ଡ ଆନାଲିସିନ (ଡିଏନଏ)କୁ ସୁଧୀର ପରିଚାଳନା କରୁଥିଲେ ।

ତେବେ ସୁଧୀର ଜି ମେଡ଼ିଆ କର୍ପୋରେସନ ଲିମିଟେଡର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ସୁଧୀର ଆଗକୁ ନିଜର ଏକ ବିଜିନେସ୍ ଆରମ୍ଭ କରବିାକୁ ଯାଉଛନ୍ତି, ତେଣୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇଛି ବୋଲି ଜି ମେଡ଼ିଆ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏସେଲ ଗ୍ରୁପ ଆଣ୍ଡ ଜି ମେଡ଼ିଆ ମେଣ୍ଟରର ଅଧ୍ୟକ୍ଷ ସୁବାଷ ସୁଧୀରଙ୍କୁ ଗତ ଦୁଇଦିନ ମଧ୍ୟରେ ଦୁଇଟି ଇ-ମେଲ ପଠାଇ ପଦ ନ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ତେବେ ଆସନ୍ତା ୮ ତାରିଖରେ ଶ୍ରୀ ଚନ୍ଦ୍ରା ସୁଧୀରଙ୍କ ସହ ଏକ ଗୁଡ ବାଏ ଡିନର ପାର୍ଟିର ଆୟୋଜନ କରିଛନ୍ତି ।

Get real time updates directly on you device, subscribe now.