fbpx
BJD SKY
BJD SKY

ପୋଲିସ ଦ୍ୱାରା ୧୭ ଓଡିଆ ଦାଦନ ଶ୍ରମିକ ଉଦ୍ଧାର

BJD

କୋକସରା-୨ା୪(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ କୁ ପ୍ରତିହତ କରିବା ଳାଗି କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟ ତଥା ଜିଳ୍ଳା ସୀମାକୁ ସିଲ କରି କଡାକୁଡି ଯାଞ୍ଚ ସହ କଡା ପ୍ରେଟ୍ରୋଲିଙ୍ଗ ଜାରିରଖିଛି । ଏହିପରି ପ୍ରେକ୍ଷୀରେ କଲାହାଣ୍ଡି ଓ ନବରଙ୍ଗପୁର ଜିଲ୍ଳା ସିମା\” ଆମପାଣି ଘାଟି ରାସ୍ତାକୁ ମଧ୍ୟ କଳାହାଣ୍ଡି ପୋଲିସ ପକ୍ଷରୁ ଆମପାଣି ଥାନାଧିକାରୀ ପୁଷ୍ପାଞଳୀ ନିଙ୍ଗୀଙ୍କ ନେତୃତ୍ୱରେ ସିଲ କରି କଡାକୁଡି ଯାଞ୍ଚ କରୁଥିବା ବେଳେ ବୁଧବାର ସଂଧ୍ୟାରେ ଆମପାଣି ଘାଟି ରାସ୍ତାଦେଇ ବିଶାଖାପାଟଣା ରୁ କଳାହାଣ୍ଡି କୁ ଚାଳି ଚାଳି ଫେରୁଥିବା ୧୭ ଜଣ ଓଡିଆ ଦାଦନ ଶ୍ରମିକ ଙ୍କୁ ଅଟକ ରଖି ମେଡିକାଲ ଯାଞ୍ଚ ପାଇଁ ଆମପାଣି ସଂଘରୋଧ କେନ୍ଦ୍ର ରେ ରଖାଯାଇଛି । ଶ୍ରମିକ ମାନେ ହେଲେ ଧର୍ମଗଡ ବ୍ଳକ ଗୋଡଭା ଗ୍ରାମର ସୁବାଶ ସୁନାନୀ, (୩୧) ଗୋପ ବନ୍ଧୁ ଦୁର୍ଗା ((୩୪), ଚତନ୍ୟ ସୁନାନୀ (୪୨), କହ୍ନେଇ ନାଗ (୧୯), ଓ ଜଣେ ମହିଲା ମୁକ୍ତା ସୁନାନୀ (୩୫), ବେହେରା ଗୁଡାର କୁମୁଦ ନାଏକ (୪୫), ତ୍ରୀଲୋଚନ ନାଏକ (୧୯), କୋକସରା ବ୍ଳକ ଦାବରୀଗୁଡା ଲୋକେଶ୍ୱର ଦୁର୍ଗା (୧୯), ଜୁନାଗଡ ବ୍ଳକ ଚକୁଳି ଗ୍ରାମର ରାଧାକା\” ବେମାଲ (୨୫), ଅମିତ କର ( ୨୫), ଖଲିଆ କାନୀର ସୂଧିର ନାଏକ (୨୭), ଆଶୀଶ ମହାନନ୍ଦ (୨୮), ଜୟପାଟଣା ବ୍ଳକ ଅରେବେଡା ଗ୍ରମାର ଦେବାନନ୍ଦ ଧଙ୍ଗଡାମାଝୀ (୩୪), ନିରନ ଧଙ୍ଗଡାମାଝୀ, (୨୭) ଧର୍ମଗଡ ବ୍ଳକ ଆମଗୁଡା ର କର୍ଣ୍ଣ ସୁନାନୀ ( ୩୨), ଓ ସୁକୁନୀ ମୁଣ୍ଡାର ଭାରତ ସିପକା ( ୫୦) ପ୍ରମୁଖ ଶ୍ରମିକ ଦାଦନ ଖଟିବା ପାଇଁ ବିଶାଖାପାଟଣା ର ଗାଜୁବାକା ଯାଇ ସେଠାରେ କାକରୁଥିଲେ । ଲକଡାଉନ ହେବା ଓ କାମ ବନ୍ଦ ହେବା ପରେ ନିଜ ଭିଟାମାଟିକୁ ଚାଲି ଚାଳି ଭୋକ ଉପାସରେ ଫେରିଆସୁ ଥିଲେ । ସେମାନେ ଗତ ଶନିବାର ଦିନ ଠାରୁ ବିଶାଖାପାଟଣା ରୁ ବାହରି ୫ ଦିନ ପରେ ନିଜ ଜିଲ୍ଳା ସିମାକୁ ପହଚିଂ ଥିବାବେଳେ ଗତକାଲି ବୁଧବାର ସନ୍ଧାରେ ଆମପାଣି ପୋଳିସ ର ପେଟ୍ରୋଲିଙ୍ଗ ବେଳେ ଧରାପଡିଥିଲେ । ଲକଡାଉନ ପରେ ଗାଡିମଟର ବନ୍ଦହେବାରୁ ଶହଶହ କିମି ଚାଳିଚାଳି ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରୁଥିବା କହିଛ\”ି । ଗୁରୁବାର ସେମାନଙ୍କୁ ମେଡିକାଲ ଜାଞ୍ଚ କରାଯାଇ ସଂଘରୋଧ ଗୃହରେ ରଖାଯାଇଛି । ହେଲେ ଗତକାଲି ଠାରୁ ସଂଘରୋଧ ଗୃହରେ ରଖାଯାଇଛି କି\”ୁ ଖାଦ୍ୟପେୟ ଠିକ ଭାବରେ ଦିଆଯାଇନଥିବା ଶ୍ରମିକ ମାନେ ଅଭିଯୋଗ କରିଛ\”ି । ଏନେଇ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ନାଏକ ଙ୍କୁ ପଚାରିବାରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛ\”ି ।

Get real time updates directly on you device, subscribe now.