fbpx

ଅଟକିଯାଇଛି ବ୍ରହ୍ମ ତାଳଧ୍ୱଜ ରଥ, ଗଡ଼ୁନାହଁ ଆଗକୁ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ତୁଳସୀ କ୍ଷେତ୍ର କୁହାଯାଉଥିବା କେନ୍ଦ୍ରପଡ଼ାର ପ୍ରସିଦ୍ଧ ବଳଦେବଜୀଉଙ୍କ ପ୍ରସିଦ୍ଧ ରଥାଯାତ୍ରାରେ ଦେଖାଦେଇଛି ବିଭ୍ରାଟ । ଆଜିକୁ ୩ ଦିନ ହୋଇଥିଲେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚିପାରିନାହିଁ ବ୍ରହ୍ମ ତାଳଧ୍ୱଜ ରଥ । ରଥଯାତ୍ରା ଆରମ୍ଭ ପରଠାରୁ ମାତ୍ର ୫୦ ମିଟର ଯିବା ପରେ ଅଟକି ରହିଛି ରଥ । ଫୁଟପାଥରେ ରଥଚକ ଲାଗି ଯିବାରୁ ବାଟରୁ ଅଟକି ରହିଛି, ମାଉସୀ ମା’ ମନ୍ଦିର ଯିବାକୁ ଆହୁରି ୧ କିଲୋମିଟର ବାକି ରହିଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେପଟେ ପ୍ରଶାସନ ତରଫରୁ ରଥ ଚକ ବାହାର କରାଯିବାକୁ ଚେଷ୍ଟାକରାଯାଉଛି । ହାଇଡ୍ରୋଲିକ ମେସିନ ସାହାଯ୍ୟରେ ରଥଚକ ଉଠାଇବାକୁ ଚେଷ୍ଟା କରାଯାଉଛି ।

ସେପଟେ କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ପରେ ପୁଣି ଥରେ ରଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ପରମ୍ପରା ଭାଙ୍ଗିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଭ୍ରାଟ ପାଇଁ ପ୍ରଶାସନିକ ସ୍ତରରେ ଦୋଷାରୋପ କରାଯାଉଥିବାବେଳେ । ମହାପ୍ରଭୁ ବୋଧହୁଏ ଅଭିମାନ କରିଛନ୍ତି ବୋଲି କହିଛନ୍ତି ମନ୍ଦିର ସେବାୟତ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.