fbpx

୧୦ ମାସର ଶିଶୁକୁ ମିଳିଲା ରେଲୱେରେ ଚାକିରି… କିନ୍ତୁ…

ରାୟପୁର: ଜଣେ ୧୦ ମାସର ଶିଶୁକୁ ଭାରତୀୟ ରେଳବାଇରେ ମିଳିଛି ଚାକିରି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ରାୟପୁର ରେଳ ମଣ୍ଡଳ ବିଭାଗ ଦଶ ମାସର ଶିଶୁର ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ରେଲୱେର ରାୟପୁର ମଣ୍ଡଳ ଇତିହାସରେ ଏହା ପ୍ରଥମ । ତେବେ ଏହି ଘଟଣା ପଛରେ ରହିଛି ଏକ ଦୁଃଖଦ କାହାଣୀ ।

ପ୍ରକୃତରେ ଏହି ଶିଶୁର ବାପା ରାଜେନ୍ଦ୍ର କୁମାର ରେଲୱେର ପିପି ୟାର୍ଡ ଭିଲାଇରେ ସହାୟକ ପଦରେ କାର୍ଯ୍ୟରତ ଥିଲେ । ଗତ ୧ ତାରିଖ ଦିନ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ରାଜେନ୍ଦ୍ର ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଆଉ ଶିଶୁର ଅନୁକମ୍ପାମୂଳକ ରେଜିଷ୍ଟ୍ରେସନ କରାଯାଇଛି ।

ଘଟଣା ଅନୂଯାୟୀ, କନ୍ୟା ସନ୍ତାନ ମଧ୍ୟ ଦୁର୍ଘଟଣା ସମୟରେ ବାପା-ମା’ଙ୍କ ପାଖରେ ଥିଲା କିନ୍ତୁ ସୌଭାଗ୍ୟବସତଃ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା  । ସେପଟେ ରେଲୱେ ଦ୍ୱାରା ରାଜେନ୍ଦ୍ରଙ୍କ ପରିବାରକୁ ସମସ୍ତ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିଲା । କିନ୍ତୁ ତାଙ୍କର ପରିବାର ଲୋକେ ଶିଶୁଟି ବଡ଼ ହେବା ପରେ ଚାକିରି ପାଇଁ ଅନୁରୋଧ କରିଥିଲେ ଯାହାପରେ ସଂପୂର୍ଣ୍ଣ ପ୍ରକିୟା ପରେ ପ୍ରମାଣ ଭାବରେ ଶିଶୁର ଆଙ୍ଗୁଠି ଛାପ ରଖାଯାଇ ରେଜିଷ୍ଟ୍ରେସନ କରାଯାଇଥିଲା ।

ବରିଷ୍ଠ ମଣ୍ଡଳ ଅଧିକାରୀ କହିଛନ୍ତି ଯେ ବଡ଼ ହେବା ପରେ ଚାକିରିରେ ଯୋଗଦେବେ ତାଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ସବୁ ସୁବିଧା ମଧ୍ୟ ଦିଆଯିବ ।

Get real time updates directly on you device, subscribe now.