fbpx

ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ ଚାନ୍ସ ବହୁତ କମ୍ ହୋଇଯାଇଥାଏ: ଭାରତ ଓ ଜର୍ମାନୀ ବୈଜ୍ଞାନିକଙ୍କ ନୂଆ ଖୁଲାସା

ନୂଆଦିଲ୍ଲୀ: ନିକଟରେ ଭାରତ ଓ ଜର୍ମାନୀର ଗବେଷକମାନେ ଶାରୀରିକ ସମ୍ପର୍କ ଓ ଗର୍ଭଧାରଣକୁ ନେଇ ଏକ ନୂଆ ତଥ୍ୟର ଖୁଲାସା କରିଛନ୍ତି । ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ କରିବାର ଚାନ୍ସ ବହୁତ ହ୍ରାସ ପାଇଥାଏ । ଇଜାକୁଲେସନର ଗ୍ୟାପ ପୁରୁଷଙ୍କ ଫର୍ଟିଲିଟି କ୍ଷମତାକୁ ପ୍ରଭାବିତ କରିଥାଏ ବୋଲି ଷ୍ଟଡିରୁ ଜଣାପଡ଼ିଛି ।

ବୟସ ବଢ଼ିବା ସହିତ ଫ୍ୟାମିଲି ବଢ଼ୁ ଓ ସନ୍ତାନ ଜନ୍ମ ହୁଅନ୍ତୁ ଏପରି ସ୍ୱପ୍ନ କିଛି ଲୋକଙ୍କର ରହିଥାଏ । ମାତ୍ର ଅନେକଙ୍କର ଏହି ସ୍ୱପ୍ନ ସାକାର ହୋଇପାରି ନଥାଏ । କିଛି ପୁରୁଷ ସନ୍ତାନ ସୃଷ୍ଟି କରିବା ପାଇଁ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । ସମୟ ଅତିବାହିତ ହେବା କ୍ରମରେ ଅନେକ ପୁରୁଷଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ବଢ଼ିଯାଇଥାଏ ।

ତେବେ ଭାରତ ଓ ଜର୍ମାନର ଫର୍ଟିଲିଟି ଏକ୍ସପର୍ଟଙ୍କ ଏକ ଟିମ୍ ସ୍ପର୍ମ କ୍ୱାଲିଟି ଓ ଇଜାକୁଲେସନ ମଧ୍ୟରେ ଥିବା ବ୍ୟବଧାନର ସମ୍ବନ୍ଧ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଦୀର୍ଘ ସମୟ ଧରି ଇଜାକୁଲେସନଠାରୁ ଦୂରେଇ ରହିବା ଫଳରେ ସୀମନରେ ସ୍ପର୍ଶ କୋଷିକାଗୁଡ଼ିକର ସଂଖ୍ୟା ବଢ଼ି ଯାଇଥାଏ । ତେବେ ଏ କ୍ଷେତ୍ରରେ ଦୁଇ ତିନି ଦିନ ଅନ୍ତର ରଖିବାକୁ ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି ।

ଇଷ୍ଟରକୋର୍ସ ସମୟରେ ବହୁତ କମ୍ ଲୋକ ବ୍ୟବଧାନ ରଖିଥାନ୍ତି, ଯାହାକି ଗର୍ଭଧାରଣ ସମ୍ଭାବନାକୁ ହ୍ରାସ କରିଦେଇଥାଏ । ପୁରୁଷମାନେ ଦୁଇ ଇଜାକୁଲେସନ ମଧ୍ୟରେ ଦୁଇ ଦିନ ବ୍ୟବଧାନ ରଖିବା ଉଚିତ୍ । ସେହିପରି ଯେଉଁମାନଙ୍କର ସ୍ପର୍ମ କ୍ୱାଲିଟି ଅଧିକ ଖରାପ, ସେମାନଙ୍କ ଏହାକୁ ଠିକ୍ କରିବା ପାଇଁ ଇଜାକୁଲେସନ ମଧ୍ୟରେ ୬-୧୫ ଦିନ ବ୍ୟବଧାନ ରଖିବା ଜରୁରୀ । ଜଣେ ବିଶେଷଜ୍ଞଙ୍କ ମତରେ, ଇନଫର୍ଟିଲିଟି ପାଇଁ ଅଧିକାଂଶ ସମୟରେ ମହିଳାଙ୍କୁ ହିଁ ଦାୟୀ କରାଯାଇଥାଏ । ମାତ୍ର ଭାରତରେ ଇନଫର୍ଟିଲିଟିର ୫୦ ପ୍ରତିଶତ ମେଲ ଫ୍ୟାକ୍ଟର କାରଣରୁ ହୋଇଥାଏ ।

Get real time updates directly on you device, subscribe now.