fbpx

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ କଲେ ବିଧାୟକ

ଫୁଲବାଣୀ(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୁଧବାର କଟକ ବୋର୍ଡ ଅଫିସ ଠାରେ ବିଧିବଦ୍ଧ ଭାବରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୋଟ 5 ଲକ୍ଷ ୧୭ ହଜାର ୮୪୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାସ୍ କରିଛନ୍ତି। ସେପଟେ ପିଲାମାନେ ମଧ୍ୟ ଫଳାଫଳ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ତେବେ ଏହାରି ମଧ୍ୟରେ ଆସିଛି ଏକ ଭଲ ଖବର। ମାଟ୍ରିକ ପରୀକ୍ଷା ପାସ୍ କରିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ବିଧାୟକ କହଁର ୭୨ ପ୍ରତିଶତ ମାର୍କ ରଖି ବି-୧ ଗ୍ରେଡ଼ ସହ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଅଙ୍ଗଦ କହଁର ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ ରଖି ପରୀକ୍ଷାରେ ପାସ୍ କରିଛନ୍ତି। ବିଧାୟକ ଓଡ଼ିଶା ଓପନ ସ୍କୁଲ ଜରିଆରେ ପରୀକ୍ଷା ଦେଇଥିଲେ।

ସେପଟେ ମାଟ୍ରିକ ପରୀକ୍ଷାରେ ପାସ ହେବା ପରେ ବେଶ୍ ଖୁସି ଅଛନ୍ତି ବିଧାୟକ। ପରିବାର ସହ ମିଠା ଖୁଆଇ ଖୁସି ମନାଇବା ସହ ପରୀକ୍ଷା ଦେଇଥିବା ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ବାସା ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.