fbpx

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିପାରନ୍ତି ବିରାଟ ଏବଂ ରୋହିତ: ଦିନିକିଆରୁ ପଡିବେ ବାଦ

ନୂଆଦିଲ୍ଲୀ: ଇଂଲଣ୍ଡ ପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ । ତେବେ ଏହି ଗସ୍ତ ପୂର୍ବରୁ ବିସିସିଆଇ ଦିନିକିଆ ଦଳ ଘୋଷଣା କରି ସାରିଛି । କିନ୍ତୁ ଟି-୨୦ ଦଳ ଘୋଷଣା କରିବା ଏବେ ବି ବାକି ରହିଛି ।

ଭାରତର ୱେଷ୍ଟ ଇଣ୍ଡିଜ ଗସ୍ତରେ ପ୍ରଥମେ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ବିସିସିଆଇ ଘୋଷଣା କରିତିବା ଦଳରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧୱନଙ୍କୁ ନେତୃତ୍ୱ ଦିଆଯାଇଛି । ସେହିପରି ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପାଇଛନ୍ତି ଉପଅଧିନାୟକ ପଦ । ତେବେ ଏହି ସିରିଜରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି, କେ.ଏଲ ରାହୁଲ, ଋଷଭ ପନ୍ତ, ଜସପ୍ରୀତ ବୁମରାହ ଭଳି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।

ତେବେ ଏହାକୁ ନେଇ ପ୍ରଶଂସକମାନଙ୍କ ଅସନ୍ତୋଷ ପରେ ଏବେ ସେମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ରୋହିତ କୋହଲି ଏବଂ ଅନ୍ୟାନ୍ୟ ଖେଳାଳିଙ୍କୁ କମବ୍ୟାକ କରାଯାଇପାରେ ବୋଲି ଆଶା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଦିନିକିଆ ସିରିଜରେ ବିଶ୍ରାମ ପରେ ଟି-୨୦ ମ୍ୟାଚ ପାଇଁ ଫେରି ପାରନ୍ତି ଟିମ ଇଣ୍ଡିଆର ସିନିୟର ଖେଳାଳି । ତେବେ ଆସନ୍ତା ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ ଭାରତ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ହେବ ।

Get real time updates directly on you device, subscribe now.