fbpx

ରବିବାର ସଂଧ୍ୟା ୬ ଟାରେ ‘ପ୍ରେମମ୍‌’ ସିନେମାର ୱାର୍ଲ୍ଡ ଟିଭି ପ୍ରିମିୟର, ଷ୍ଟାର କିରଣରେ ଫିଲ୍ମର ମଜା ନେଇପାରିବେ ଦର୍ଶକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଟିଭି ଚାନେଲ ଷ୍ଟାର କିରଣରେ ଆଗାମୀ ୧୦ ଜୁଲାଇ ସଂଧ୍ୟା ୬ ଟା ସମୟରେ ପ୍ରେମମ୍‌ ସିନେମାର ୱାଲଡ ଟିଭି ପ୍ରିମିୟର ହେବାକୁ ଯାଉଛି । ଏହି ସିନେମାରେ ଓଡ଼ିଆ ସୁପର ଷ୍ଟାର ବାବୁସାନଙ୍କ ସହିତ ଚୁଲବୁଲି ନାୟିକା ପ୍ରକୃତି ମିଶ୍ର ଅଭିନୟ କରିଛନ୍ତି । ସଞ୍ଜୁ ଓ ପଦ୍ମିନୀକୁ ନେଇ ପ୍ରେମମର କାହାଣୀ । ସଞ୍ଜୁ (ବାବୁସାନ) ପଦ୍ମିନୀ (ପ୍ରକୃତି)ର ପ୍ରେମ ପାଇବା ପାଇଁ କିଛି କରିପାରେ କିନ୍ତୁ ଏହି ଯୋଡି ମଧ୍ୟରେ ବାବୁ (ସିଦ୍ଧାନ୍ତ ମହାପାତ୍ର) ଆସିଲା ପରେ କାହାଣୀରେ ମୋଡ ଆସୁଛି । ଜୀବନର ଛୋଟ ଛୋଟ ଭୁଲ କେମିତି ଜଣେ ମଣିଷ ଜୀବନରେ ବିରାଟ ସମସ୍ୟା ଆଣିପାରେ ଏହି ଫିଲ୍ମରେ ଏହା ଦର୍ଶାଯାଇଛି ।

Get real time updates directly on you device, subscribe now.