fbpx
BJD
BJD SKY
BJD SKY

ଟୁଇଟର ଡିଲ୍‌ରୁ ପଛକୁ ହଟିଲେ ଏଲନ୍ ମସ୍କ: ୪୪ ବିଲିୟନ ଡଲାରର ଚୁକ୍ତି ଶେଷ ଘୋଷଣା, କୋର୍ଟ ଯିବ ଟ୍ୱିଟର୍‌

ନୁଆଦିଲ୍ଲୀ: ବିଶ୍ୱର ଏକ ୧ନଂ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କିଣିବାକୁ କରିଥିବା ୪୪ ବିଲିୟନର ଡିଲ୍‌କୁ ସମାପ୍ତ କରି ଦେଇଛନ୍ତି। ମସ୍କ କହିଛନ୍ତି ଯେ, ଟୁଇଟର ଏହାର ପ୍ଲାଟଫର୍ମରେ ଫେକ୍ ଆକାଉଣ୍ଟ ଗୁଡ଼ିକ ବିଷୟରେ ତଥ୍ୟ ଦେବାରେ ବିଫଳ ହୋଇଛି। ଗତ ଏପ୍ରିଲ୍ ମାସରେ ଏଲନ୍ ମସ୍କ ଟ୍ୱିଟର୍ କିଣିବା ଲାଗି ପ୍ରତି ସେୟାର ପାଇଁ ୫୪.୨୦ ଡଲାର ଅଫର କରିଥିଲେ।

ଏଲନ୍ ମସ୍କଙ୍କ ଓକିଲ କହିଛନ୍ତି ଯେ, ଅନେକ ଥର ଅନୁରୋଧ କରିବା ପରେ ମଧ୍ୟ ଟୁଇଟର ଫେକ୍ କିମ୍ବା ସ୍ପାମ୍ ଆକାଉଣ୍ଟ ଗୁଡ଼ିକ ବିଷୟରେ ତଥ୍ୟ ଦେବାରେ ବିଫଳ ରହିଥିଲା। ଯାହାର ଅର୍ଥ କମ୍ପାନୀ ଏ ବିଷୟରେ କୌଣସି ସୂଚନା ଦେବାକୁ ପରୋକ୍ଷରେ ମନା କରିବା। ଏହା ସହିତ ଏଲନ୍ ମସ୍କଙ୍କ ପ୍ରତିନିଧିି କହିଛନ୍ତି ଯେ, ଟ୍ୱିଟର୍ ସହିତ ହୋଇଥିବା ଚୁକ୍ତିର ଅନେକ ନିୟମକୁ ଉଲଂଘନ କରୁଛି। ଏବଂ ଭ୍ରମାତ୍କମ ତଥ୍ୟ ଦେଇଥିଲେ । ଯେଉଁଥି ପାଇଁ ଏଲନ୍ ମସ୍କ ଏହି ଚୁକ୍ତିରେ ଆଗକୁ ବଡ଼ିଥିଲେ।

ସେହିପରି ଏହି ଚୁକ୍ତିକୁ ସମାପ୍ତ କରିବା ନେଇ ଟୁଇଟର ଏହାର ପ୍ରତିକ୍ରିୟା ରଖିଛି। ବର୍ତ୍ତମାନ ଏହି ବିଷୟରେ କୋର୍ଟକୁ ଯିବ ବୋଲି ଟ୍ୱିଟର କହିଛି। ବୋର୍ଡ ଚେୟାରମ୍ୟାନ୍ ବ୍ରେଟ୍ ଟେଲର ଏକ ଟୁଇଟ୍‌ରେ କହିଛନ୍ତି ଯେ ଏଲୋନ୍ ମସ୍କଙ୍କ ସହ ହୋଇଥିବା ଚୁକ୍ତି ଏବଂ ସର୍ତ୍ତ ଅନୁଯାୟୀ କାରବାର ବନ୍ଦ କରିବାକୁ ଟ୍ୱିଟର ବୋର୍ଡ ପ୍ରତିଶ୍ରୁତିବଦ୍ଧ ଏବଂ ମିଶ୍ରଣ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି।

 

Get real time updates directly on you device, subscribe now.