fbpx

ଟ୍ରେନରେ ବୟସ୍କ TTEଙ୍କ ସହ ଅସଦାଚରଣ ପୋଲିସକୁ ପଡ଼ିଲା ମହଙ୍ଗା: Video ଭାଇରାଲ ପରେ ରେଲୱେର ବଡ଼ ପଦକ୍ଷେପ

ପାଟନା: ଗୋପାଳପୁର ଇଣ୍ଟରସିଟି ଏକ୍ସପ୍ରେସରେ ଡ୍ୟୁଟି କରୁଥିବା ଜଣେ ବୟସ୍କ ଟିଟିଇଙ୍କୁ ଜିଆରପିର ଜଣେ ଏସଆଇ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଇ ମାଡ଼ ମାରିଥିବା ପୋଲିସକୁ ଲାଇନ୍ ହାଜିର କରାଯାଇଛି । ଭାଇରାଲ ଭିଡିଓରେ ବୃଦ୍ଧ ଟିକେଟ କଲେକ୍ଟର କାନ୍ଦି କାନ୍ଦି ସମ୍ପୃକ୍ତ ପୋଲିସ ଉପରେ ମାଡ଼ ମାରିଥିବା ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି ।

ପାଟନା ପୋଲିସ ଅଧୀକ୍ଷକ (ରେଳବାଇ) ପ୍ରମୋଦ କୁମାର ମଣ୍ଡଳଙ୍କ ଅନୁସାରେ, ଅଭିଯୁକ୍ତ ସବ-ଇନ୍ସପେକ୍ଟର ସୁନୀଲ କୁମାର ସିଂଙ୍କୁ ବଖତିଆରପୁରର ଜିଆରପି ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିଲା । ଏହି ଘଟଣା ବୁଧବାର ଦିନ ଇଣ୍ଟରସିଟି ଏକ୍ସପ୍ରେସରେ ଘଟିଛି । ଆକ୍ରମଣରେ ବୟସ୍କ ଆହତ ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଛି ।

ଅନ୍ୟପଟେ ଟିଟିଇ ଦିନେଶ କୁମାର ସିଂହ ବାଡ଼ ଥାନାରେ ଜିଆରପି ଏସଆଇ ସୁନିଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେପଟେ ସିଂହ ନିଜ ବୟାନରେ କହିଛନ୍ତି ଯେ, ବରିଷ୍ଠ ଟିଟିଇ ଦିନେଶ କୁମାର ପ୍ରଥମେ ତାଙ୍କୁ ଏକ ସିଟ୍ ଦେଇଥିଲେ । କିନ୍ତୁ ପରେ ସେ ସେଠାରେ ନିଜର ଏକ ବନ୍ଧୁଙ୍କୁ ବସାଇବାକୁ ଚାହିଁଥିଲେ । ଏଥିପାଇଁ ସେ ସୁନିଲଙ୍କୁ ଅଚନେକ୍ ସିଟରୁ ଉଠିବାକୁ କହିଥିଲେ ।’

ମଣ୍ଡଳଙ୍କ କହିବା ଅନୁସାରେ, ଟିଟିଇଙ୍କ ଏପରି କଥା ଶୁଣି ସବ୍ ଇନ୍ସପେକ୍ଟର ସୁନିଲ ରାଗିଯାଇଥିଲେ । ଏହା ପରେ ସୁନିଲ ଓ ତାଙ୍କ ସାଥିମାନେ ସୁନିଲଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିଚାଲିଥିଲେ । ଏହା ପରେ କିଛି ମହିଳା ମିଶି ତାଙ୍କୁ ବଞ୍ଚାଇଥିଲେ । ସେଠାରେ ଉପସ୍ଥିତ ଥିବା କୌଣସି ଜଣେ ବ୍ୟକ୍ତି ଏହାର ଭିଡିଓ କରି ପୋଷ୍ଟ କରିଥିଲେ, ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ରେଲୱେ ଘଟଣାକୁ ଗୁରତ୍ର ସହ ନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.