fbpx

ଆପଣଙ୍କର ବ୍ଲଡପ୍ରେସର କଣ୍ଟ୍ରୋଲରେ ରହିବ, ହାର୍ଟ ସୁସ୍ଥ ରହିବ ଓ କିଡନୀ ଷ୍ଟୋନ୍ ଗାଏବ୍ ହୋଇଯିବ, ଦୈନିକ ସେବନ କରନ୍ତୁ ଡାଳିମ୍ବ

ଆମେ ଦୈନନ୍ଦିନ ଜୀବନରେ ଅନେକ ଫଳ ସେବନ କରିଥାଉ । ତେବେ ଅଧିକାଂଶ ଫଳର ଉପକାରିତା ବିଷୟରେ ଆମେ ଅଜ୍ଞାତ ରହିଥାଉ । ଡାଳିମ୍ବ ଖାଇବାକୁ ଯେମିତି ସୁଆଦିଆ ସେମିତି ଉପକାରୀ ଗୁଣରେ ମଧ୍ୟ ଭରପୁର । ଆପଣ ଦୈନିକ ସକାଳୁ ଖାଲି ପେଟରେ ଡାଳିମ୍ବ ଖାଇଲେ ଶରୀରରୁ ଅନେକ ରୋଗ ଦୂର ହୋଇପାରିବେ ।

୧- ଯେଉଁ ଲୋକଙ୍କର ବ୍ଲଡପ୍ରେସର କଣ୍ଟ୍ରୋଲରେ ରହେ ନାହିଁ, ସେମାନେ ଡାଳିମ୍ବ ସେବନ କରିବା ଉଚିତ । ଏହା ଖାଇବା ଦ୍ୱାରା ଧୀରେଧୀରେ ଆପଣଙ୍କ ଶରୀରରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

୨- କିଛି ଲୋକଙ୍କ ଶରୀରରେ ରକ୍ତର ଅଭାବ ଦେଖାଦେଇଥାଏ, ସେମାନେ ଡାଏଟରେ ଡାଳିମ୍ବକୁ ସାମିଲ କରିବା ଦରକାର । ରକ୍ତହୀନତା ରୋଗକୁ ଦୂରେଇବା ପାଇଁ ଡାଳିମ୍ବ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

୩- ଡାଳିମ୍ବରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥିବାରୁ ଏହା ହୃଦୟକୁ ସୁସ୍ଥ ରଖିବା ସହ ଚାପ କମ୍ କରିବାରେ ସହାୟକ ହୁଏ । ଯଦି ଆପଣଙ୍କ ନିଜର ସେକ୍ସୁଆଲ ଲାଇଫକୁ ଠିକ୍ କରିବାକୁ ଚାହାନ୍ତି ତେବେ ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଦରକାର ।

୪- ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଡାଳିବା ସେବନ କରିବା ଫଳରେ ଏହା ଶରୀରର ବିକାଶ ଦିଗରେ ଏହା ସହାୟକ ହୁଏ । ପ୍ରୋଷ୍ଟେଟ କ୍ୟାନସରର ମାତ୍ରା ବୃଦ୍ଧି ପାଇଲେ ତାହା ମୃତ୍ୟୁ ଆଶଙ୍କା ବଢ଼ାଇଥାଏ । ମାତ୍ର ଡାଳିମ୍ବ ଜୁସ୍ ପିଇଲେ ଏହି ଆଶଙ୍କା ହ୍ରାସ ପାଇଥାଏ ।

୫- ରକ୍ତରେ ଥିବା ଅକ୍ସାଲେଟସ, କ୍ୟାଲସିୟମ ଓ ଫସଫେଟ୍ କାରଣରୁ କିଡନୀ ଷ୍ଟୋନ ହୋଇଥାଏ । ମାତ୍ର ଡାଳିମ୍ବ ଏହି ଉପାଦାନଗୁଡ଼ିକୁ ବାହାର କରିଦେବା ସହ କିଡନୀ ଷ୍ଟୋନ ଆଶଙ୍କାରୁ ବଞ୍ଚାଇବାରେ ସହାୟତା କରିଥାଏ ।

Get real time updates directly on you device, subscribe now.