fbpx

ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ପହଞ୍ଚିଲେ କ୍ୟାପଟେନ କୁଲ: ଫଟୋ ପୋଷ୍ଟ କଲା ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ସିରିଜକୁ ମଧ୍ୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଏବାଷ୍ଟନରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି ନେଇଛି ରୋହିତ ସେନା । ଏହା ସହିତ ୨-୦ରେ ସିରିଜ ଉପରେ ମଧ୍ୟ ଦଳ କବଜା କରିଛି । ତେବେ ଏହି ମ୍ୟାଚରେ ବିଜୟ ସହିତ ଭାରତୀୟ ଦଳକୁ ଆଉ ଏକ ସରପ୍ରାଇଜ ମଧ୍ୟ ମିଳିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ୟାପଟେନ କୁଲ ମାହି ଅଚାନକ ଦଳ ସହିତ ଯୋଡି ହୋଇଛନ୍ତି ।

 बीसीसीआई ने महेंद्र सिंह धोनी की टीम इंडिया के ड्रेसिंग रूम के भीतर की जो तस्वीरें शेयर की हैं, उसमें वो अपने पुराने अंदाज में नजर आ रहे हैं. जिसे देखकर यही लग रहा है कि वो भले ही संन्यास ले चुके हैं. लेकिन, भारतीय क्रिकेट में अभी भी उनकी अहमियत कम नहीं हुई है. (BCCI Twitter)

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଟିମ ଇଣ୍ଡିଆ ସହ ଯୋଡି ହୋଇଛନ୍ତି ମାହି । ଦଳର ଖେଳାଳିମାନଙ୍କ ସହ ସମୟ ବିତାଇବାର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛି ବିସିସିଆଇ । ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ଧୋନୀ କିଛି ଖେଳାଳିମାନଙ୍କୁ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ନିଜ ପୁରୁଣା ଅନ୍ଦାଜରେ ଧୋନୀ ଟିମ ମେମ୍ବରଙ୍କୁ ଖେଳର ରଣନୀତି ଉପରେ ବୁଝାଉଥିବାର ଦୃଶ୍ୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ସମୟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମାହିଙ୍କ କଥାକୁ ଖୁବ ଆଗ୍ରହ ଏବଂ ଧ୍ୟାନର ଶୁଣୁଥିବାର ଦେଖାଯାଇଛି । ତେବେ ଏହି ଫଟୋ ପୋଷ୍ଟ କରି କ୍ୟାପ୍ସନରେ ବିସିସିଆଇ ଲେଖିଛି ଯେ, ଯେତେବେଳେ ଏମ ଏସ ଧୋନୀ କୁହନ୍ତି, ସମସ୍ତେ ଏମିତି ଶୁଣନ୍ତି । ବିସିସିଆଇର ଏହି ପୋଷ୍ଟ ଇଣ୍ଡିଆନ ଟିମରେ ଧୋନୀଙ୍କ ଗୁରୁତ୍ୱ ବୁଝାଇ ଦେଇଛି । ଧୋନୀ କ୍ରିକେଟ ଦୁନିଆରୁ ଅବସର ନେଇ ସାରିଛନ୍ତି ସତ, କିନ୍ତୁ ଏବେ ବି ଦଳରେ ତାଙ୍କର ସେତିକି ମହତ୍ତ୍ୱ ରହିଛି ।

ଧୋନୀଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଶୀର୍ବାଦ ପାଲଟିଛି । ମ୍ୟାଚ ପରେ ଧୋନୀଙ୍କ ଶିଷ୍ୟ ତଥା ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କୁ ସାକ୍ଷାତ କରିଥିଲେ । ତେବେ ପନ୍ତ ଧୋନୀଙ୍କ ସହ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ଡବଲ ବିଜୟ, ଆଗାମୀ ମ୍ୟାଚକୁ ଅପେକ୍ଷା । ତେବେ ଆଜି ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜର ତୃତୀୟ ତଥା ଶେଷ ଟି-୨୦ ଖେଳିବ ।

Get real time updates directly on you device, subscribe now.