fbpx

ଜିଏସଟି କମିଶନର ପଦରେ ଯୋଗ ଦେଲେ ବିଜୟ କୁମାର କର: ୧୯୮୯ ବ୍ୟାଚର ଥିଲେ ଅଧିକାରୀ

ଭୁବନେଶ୍ୱର : ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ କୁମାର କର । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ) ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଶ୍ରୀ କର ପୁର୍ବରୁ ଭୁବନେଶ୍ୱର ଜୋନରେ ପ୍ରମୁଖ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ସେ ଭବନେଶ୍ୱର ଜୋନର ମୁଖ୍ୟ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । ତେବେ କୋଲକାତା , ବାଙ୍ଗାଲୋର, ବିଶାଖାପାଟଣା ହାଇଦ୍ରାବଦ ଭଳି ସ୍ଥାନରେ ସେ ଆସିଷ୍ଟାଣ୍ଟ କମିଶନର ଭାବରେ କାର୍ଯ୍ୟ କରିସାରିଛନ୍ତି । ୨୦୧୮ରେ ଶ୍ରୀ କରଙ୍କୁ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେଣ୍ଟାଲ ପୁରସ୍କାର ମଧ୍ୟ ମିଳିଛି ।

ତେବେ ଭୁବନେଶ୍ୱରରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସଟି ଓ ଟିକସ ସଂଗ୍ରହ ପରିମାଣରେ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି ନୂଆ ଜିଏସଟି କମିଶନର ବିଜୟ କୁମାର କର ।

Get real time updates directly on you device, subscribe now.