fbpx

ଚାଉଳ ଉତ୍ପାଦନରେ ଓଡ଼ିଶା ଆଗରେ: ପିଆଜ, ତେଲ, ଲୁଣ, ଡାଲି, ଚିନି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ- ସରକାରୀ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନ ଓ ଚାଉଳ ଉତ୍ପାଦନରେ ୨୦ ବର୍ଷ ତଳେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ଥିଲା । ମାତ୍ର ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏବେ ଏକ ବଳକା ରାଜ୍ୟରେ ପରିଣତ ହୋଇସାରିଛି । ଅପରପକ୍ଷେ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ପାଇଁ ରାଜ୍ୟକୁ ପଡ଼ୋଶୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି । ଆଳୁ, ପିଆଜ, ତେଲ, ଲୁଣ, ଡାଲି, ଚିନି ପରି କିଛି ସାମଗୀ ରାଜ୍ୟରେ ଅଭାବ ରହିଛି ।

ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ମେଟ୍ରିକ ଟନ୍ ଆଳୁ ବାହାର ରାଜ୍ୟରୁ ଆସୁଛି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଆଳୁର ଚାହିଦା ୬୪ ଲକ୍ଷ ମେଟ୍ରିକ ଟନରୁ ଅଧିକ ରହିଥିଲା । ତେବେ ଉକତ ଅବଧିରେ ରାଜ୍ୟରେ ମାତ୍ର ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହୋଇଥିଲା । ଅର୍ଥାତ ଚାରିଗୁଣା ଆଳୁ ଆବଶ୍ୟକତା ଥିବା ବେଳେ ରାଜ୍ୟରେ ଉତ୍ପାଦନ ହେଉଛି ମାତ୍ର ଏକ ଗୁଣା । ଫଳରେ ରାଜ୍ୟର ଖାଦ୍ୟ ଭରଣା ପୂରଣ ନିମନ୍ତେ ଅନ୍ୟ ରାଜ୍ୟରୁ ୫୦ ଲକ୍ଷ ମେଟ୍ରିକ ଟନ ଆଳୁ ସଂଗ୍ରହ କରାଯାଇଥିବା ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।

ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦେଇଥିଲେ । ସେ କହିଥିଲେ, ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ବ୍ୟବସାୟୀମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଚିନି, ପିଆଜ, ତେଲ, ଲୁଣ, ଡାଳି ପାଇଁ ସେମାନେ ଉତ୍ତରପ୍ରଦେଶ, ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିଥାନ୍ତି ।

୨୦୧୬-୧୭ରେ ୧୨ ଲକ୍ଷ ୫୩ ହଜାର ମେଟ୍ରିକ ଟନ ଆଳୁ ଆବଶ୍ୟକ ଥିବାବେଳେ ରାଜ୍ୟର ୩.୦୨୨୨ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଥିଲା । ୨୦୧୭-୧୮ରେ ୧୨.୭୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ଉତ୍ପାଦନ ହୋଇଥିଲା ୨.୯୮୦୬ ଲକ୍ଷ ମେଟ୍ରିକ ଟନ ।

Get real time updates directly on you device, subscribe now.