fbpx

Ind Vs Eng 1st ODI: ବୁମ୍ରା-ରୋହିତଙ୍କ ଧମାଲ, ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଳୀ: ଓଭାଲରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମ୍ୟାଚରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି ଭାରତ । ବିଜୟ ସହ ସିରିଜ୍ ଆରମ୍ଭ କରିଛି ଭାରତ । ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ  ୧୦ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ଏହି ଭଳି ଭାବରେ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ ରେ ଲିଡ୍ କରିଛି । ଓଭାଲରେ ଖେଳାଯାଉଥିବା ମ୍ୟାଚରେ ମଙ୍ଗଳବାର ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନ୍ କରି ଅଲଆଉଟ୍ ହୋଇଥିଲା । ଏହା ପରେ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ବିନା କୌଣସି ୱିକେଟ ହରାଇ ବିଜୟ ହୋଇଥିଲେ ।

ଜସପ୍ରିତ୍ ବୁମରାହ ଦମଦାର ଖେଳ ଦେଖାଇଥିଲେ । ଏବଂ ୧୯ ରନ ଦେଇ ୯ ୱିକେଟ ହାସଲ କରିଥିଲେ । ଏହା ତାଙ୍କର ୱାନଡେ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ବ୍ୟତୀତ ଦ୍ରୁତ ବୋଲର ମୋହମ୍ମ ଶମୀ ୩ ୱିକେଟ୍ ହାସଲ କରିଥିଲେ । କ୍ୟାପ୍ଟେନ ରୋହିତ ଶର୍ମା ଅପରାଜିତ ରହି ୭୬ ରନ କରିଥିଷଲ । ସେ ୫୮ ବଲ୍ ରେ ୬ ଛକ୍କା ଏବଂ ୫ ଚଉକା ମାରିଥିଲେ । ରୋହିତ ଏବଂ ଶିଖର ଧୱନଙ୍କ ଓପନିଂ କରିଥିଲେ ଏବଂ ଉଭୟ ହିଁ ମ୍ୟାଚ୍ ଜିତାଇଥିଲେ । ଧୱନ ୫୪ ବଲରେ ୩୧ ରନ କରିଛନ୍ତି ।

୧୭ ତମ ଓଭରରେ ବ୍ରାଇଡେନ କାର୍ସଙ୍କ ବଲରେ ଛକ୍କା ମାରି କ୍ୟାପଟେନ ରୋହିତ ଶର୍ମା ତାଙ୍କ କ୍ୟାରିୟରର ୪୫ ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଏହାପୂର୍ବରୁ ବୁମରାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ୨୫.୨ ଓଭରରେ ମାତ୍ର ୧୧୦ ରନ୍ ରେ ଅଲଆଉଟ ହୋଇଥିଲା । ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବୁମରାଙ୍କ ନେତୃତ୍ୱରେ ଭାରତୀୟ ଦ୍ରୁତ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ।  ବୁମ୍ରା ୭.୨ ଓଭରରେ ୧୯ ରନ୍ ପାଇଁ ୬ ୱିକେଟ୍ ନେଇଥିଲେ।

ଇଂଲଣ୍ଡର କୌଣସି ଦିନିକିଆରେ ପାଞ୍ଚ କିମ୍ବା ଅଧିକ ୱିକେଟ୍ ନେଇ ବୁମ୍ରା ପ୍ରଥମ ଭାରତୀୟ ପେସର୍ ହୋଇଛନ୍ତି। ୭ ଓଭରରେ ୩୧ ରନ୍ ଦେବା ସହ ଶାମି ୩ ୱିକେଟ୍ ନେଇଥିଲେ। ଏହା ସହ ପ୍ରସିଦ୍ଧ ଏବଂ କୃଷ୍ଣାଙ୍କୁ ମଧ୍ୟ ଗୋଟିଏ ଗୋଟିଏ ୱିକେଟ୍ ମିଳିଥିଲା।

Get real time updates directly on you device, subscribe now.