fbpx
BSKY SKY
BSKY SKY

ଧରାପଡ଼ିଲା ଲୋଭୀ ଡ୍ରାଇଭର, ATM ଭ୍ୟାନ୍ ସହ ଲୁଟିନେଇଥିଲେ ଟଙ୍କା

BSKY

ନୂଆପଡ଼ା: ଶେଷରେ ଧରାପଡ଼ିଲା ଟଙ୍କା ସହ ଏଟିଏମ ଭ୍ୟାନ୍ ଲୁଟି ନେଇଥିବା ଅଭିଯୁକ୍ତ ଡ୍ରାଇଭର । ନୂଆପଡ଼ା ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି । ଫରାର୍ ଡ୍ରାଇଭର ଜୟରାମ ମାଝୀଠାରୁ ୫୫ ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ ହୋଇଛି ।

ମିଳିଥିବା ସୂଚନା ଅନୂଯାୟୀ, ଜୟରାମ ମାଝୀ ଟଙ୍କା ନେଇ ଫେରାର ହେବା ପରେ ବଲାଙ୍ଗିର କନ୍ଦେଇ ଗ୍ରାମକୁ ପଳାଇଯାଇଥିଲେ । ସେଠାରୁ ଭଉଣୀ କୋମନା ବ୍ଲକ ଛତାପତେଲପଡ଼ାରେ ଥିବା ଭଉଣୀ ଘରକୁ ଚାଲିଯାଇଥିଲେ । ତେବେ ନୂଆପଡ଼ା ପୋଲିସ ତାଙ୍କୁ ସେଠାରେ ଧରିବାରେ ସଫଳ ହୋଇଥିଲା । ମାମଲାରେ କେବଳ ଜୟରାମ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଚୋରି ଟଙ୍କା ରଖିବାରେ ଅନ୍ୟ ଚାରି ଜଣକୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ନୂଆପଡ଼ା ଖଡ଼ିଆଳ ଏସବିଆଇ ଶାଖାରୁ ଏଟିଏମରେ ଟଙ୍କା ଲୋଡ କରିବାକୁ ବାହାରିଥିବା ଭ୍ୟାନକୁ ଟଙ୍କା ସହ ନେଇ ପଳାଇଥିଲା ଡ୍ରାଇଭର । ସିକ୍ୟୁରିଟି ଗାର୍ଡ ଓ ୨ବ୍ୟାଙ୍କ୍ କର୍ମଚାରୀଙ୍କୁ ନନେଇ ଚମ୍ପଟ ମାରିଥିଲା ଡ୍ରାଇଭର । ଭ୍ୟାନରେ ୫୭ ଲକ୍ଷରୁ ଅଧିକ ଟଙ୍କା ରହିଥିଲା । ଭରୁଆକାନିଠାରେ ଏକ ନିଛାଟିଆ ସ୍ଥାନରେ ଭ୍ୟାନକୁ ଛାଡ଼ି ଟଙ୍କା ଧରି ଫେରାର ହୋଇଯାଇଥିଲା ଡ୍ରାଇଭର । ଆଉ ସେବେଠାରୁ ଧରିବାକୁ ପ୍ରୟାସ ଜାରି ରଖିଥିଲା ପୋଲିସ୍ ।

Get real time updates directly on you device, subscribe now.