fbpx

ମୋ ଧନଟା ଖାଇଛୁ ନା ନାଇଁ, ମୋ ଉପରେ ରାଗିଛୁ: ଦେଖନ୍ତୁ ସିଏମ୍ ଯୋଗୀଙ୍କ ପଶୁପ୍ରେମ Video

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ସବୁ ସମୟରେ କିଛି ନା କିଛି ସ୍ପେଶାଲ ଷ୍ଟେପ୍ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଫଟୋ, ଭିଡିଓ ଅଧିକାଂଶ ସମୟରେ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥାଏ । ତେବେ ଯୋଗୀ ପଶୁମାନଙ୍କୁ ବହୁତ ଭଲ ପାଆନ୍ତି ତାହା ପ୍ରମାଣିତ ହୋଇଛି । ତେବେ ନିକଟରେ ଯୋଗୀ ନନ୍ଦୀ ଓ ଗାଈକୁ ଆଉଁଷିବା ସହ ଗୁଡ଼ ଖାଇବାକୁ ଦେଇଛନ୍ତି । ଏଥିସହିତ ତା’ର ଦୁଃଖକୁ ବୁଝିବାକୁ ପ୍ରୟାସ କରିଛନ୍ତି । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ନନ୍ଦୀଙ୍କୁ ଗେଲ କରିବା ସହ କହିଥିଲେ, ‘ନନ୍ଦୀ କେମିତି ଅଛୁ, ଏକା ଅଛୁ ବୋଲି ଅଭିମାନ କରିଛୁ? ନନ୍ଦୀର ଶିଙ୍ଗରେ ତେଲ ଲଗାଇ ଦିଅ ।’ ଯୋଗୀ ଗୃହପାଳିତ ପଶୁଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କର ଗୁଲୁ ଓ କାଲୁ ନାମକ ଦୁଇଟି କୁକୁର ରହିଛନ୍ତି । ଗୋରଖପୁର ଗସ୍ତ ସମୟରେ ଯୋଗୀ ଗୋଶାଳା ପରିଦର୍ଶନ କରିବା ସହ କାଲୁ ଓ ଗୁଲୁଙ୍କ ସହ ସମୟ ବିତାଇବାକୁ କେବେ ବି ଭୁଲନ୍ତି ନାହିଁ ।

ମୁଖ୍ୟମନ୍ତ୍ରୀ ଆଜି ଗୌରଖପୁରରେ ୪୬୩ କୋଟିର ଏକ ପ୍ରକଳ୍ପକୁ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ଏହି ଅବସରରେ ଯୋଗୀ କହିଥିଲେ, ଉତ୍ତରପ୍ରଦେଶରେ ପାଞ୍ଚ ବର୍ଷ ମଧ୍ୟରେ ଗୋଟିଏ ବି ଦଙ୍ଗା ହୋଇନାହିଁ । ସଡ଼କପଥରେ କୌଣସି ପ୍ରକାରର ଧାର୍ମିକ ଆୟୋଜନକୁ ଅନୁମତି ଦିଆଯାଇ ନାହିଁ । ଉଚ୍ଚସ୍ୱରର ଲାଉଡସ୍ପିକର ବଜାଇବା ଉପରେ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.