fbpx
BSKY
BJD MC SKY
BJD YOUTH SKY

ମହିଳାଙ୍କୁ ଏସଡିପିଓଙ୍କ ମାଡ଼ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରିରେ ମହିଳାଙ୍କୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ମାଡ଼ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଆଇଜି ଏନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିବୃତି ରଖିଛନ୍ତି ।

ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀ ଗୁଣ୍ଡାରାଜ ଚଳାଇଥିବା ଏବଂ ନିକଟରେ ମହିଳାଙ୍କୁ ମାଡ଼ ମାରିଥିବା ନେଇ ଗୃହରେ ଅଭିଯୋଗ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ରୁଲିଂ ଦାବି କରି ଗୃହ ମଧ୍ୟକୁ ଅସି ହୋହାଲ୍ଲା କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେପି । ଯାହାକୁ ନେଇ ଗୃହ କିଛି ସମୟ ପାଇଁ ମୁଲତବୀ ମଧ୍ୟ ହୋଇଥିଲା ।

କଂଗ୍ରେସ ବିଧାୟକ ତାରା ବାହିନୀପତି ଅଭିଯୋଗ କରିଥିଲେ ଯେ ମାଲକାନଗିରି REC 13 ନମ୍ବର ଗାଁରେ ଫୋର୍ସ ଧରି ଯାଇ ଦବଙ୍ଗଗିରି ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ । ଗଞ୍ଜେଇ ଚାଲାଣ ରୋକ ଲଗାଇବା ନାଁରେ ବିଳମ୍ବିତ ରାତିରେ ଗାଁ ପଶି ଆତଙ୍କ ସୃଷ୍ଟି କରିଛିନ୍ତି ଅଂଶୁମାନ ଓ ଓଡ଼ିଶା ପୋଲିସ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନନେଇ ଗାଁରେ ପସି ଗର୍ଭବତୀ ମହିଳା, 80 ବର୍ଷୀୟ ବୃଦ୍ଧା, 14 ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା ତାରା ଓ ବିଜେପିର ନେତା ମୋହନ ମାଝୀ ।

ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଗୃହର ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ପଢ଼ନ୍ତୁ ଅଧିକ…. https://odishabhaskar.com/the-issue-of-police-beatings-of-women-in-the-legislative-assembly-has-raised-eyebrows/

Get real time updates directly on you device, subscribe now.