fbpx

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ JMM

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି ମଧ୍ୟ । ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ସରକାର ଗଠନ କରିଛି । ତେବେ ଦୌପଦୀ ମୁର୍ମୁୁଙ୍କୁ ସମର୍ଥନ ପ୍ରସଙ୍ଗରେ ଅଧ୍ୟକ୍ଷ ଶିବୁ ସୋରେନଙ୍କ ତରଫରୁ ସବୁ ସାଂସଦ ଏବଂ ବିଧାୟକଙ୍କୁ ଚିଠି ଲେଖାଯାଇଛି ।

ଏହି ଚିଠିରେ ଉଲ୍ଲେଖ ରହିଛି ଯେ ସ୍ୱାଧୀନତା ପରେ ପ୍ରଥମ ଥର କୌଣସି ଆଦିବାସୀ ମହିଳାଙ୍କୁ ରାଷ୍ଟପ୍ରତି ହେବାକୁ ଗୌରବ ମିଳିଛି । ଏମିତିରେ ବିଚାରବିମର୍ଶ ପରେ ପାର୍ଟୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ନିର୍ଣ୍ଣୟ ନେଇଛି । ଏଥିପାଇଁ ସାଂସଦ ଏବଂ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ ୧୮ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଦ୍ରୌପଦୀ ମୁର୍ମୁୁଙ୍କ ସମର୍ଥନରେ ମତଦାନ କରନ୍ତୁ ।

ଏହାପୂର୍ବରୁ ମୁର୍ମୁ ଝାଡ଼ଖଣ୍ଡ ଗସ୍ତ କରି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସୋରେନ ସରକାରଙ୍କ ସମର୍ଥନ ଲୋଡିଥିଲେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ଶାସକ ଆଦିବାସୀ ଦଳ ଜେଏମଏମ ଏବଂ ବିଜେପି ବିଧାୟକ ତଥା ସାଂସଦଙ୍କ ସମର୍ଥନ ଲୋଡିଥିଲେ । ରାଜ୍ୟରେ ଏନଡିଏ ବିଧାୟକ ଏବଂ ସାଂସଦଙ୍କ ବ୍ୟତୀତ ସେ ଜେଏମଏମ କାର୍ୟ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କୁ ମଧ୍ୟ ଭେଟିଥିଲେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବା ପରେ ଧୀରେ ଧୀରେ ଅନେକ ଦଳ ମଧ୍ୟ ଦୌପଦୀଙ୍କୁ ସମର୍ଥନ ଜଣାଇବାକୁ ଲାଗିଛନ୍ତି ।

Get real time updates directly on you device, subscribe now.