fbpx
BJD
BJD SKY
BJD SKY

ଅସଂସଦୀୟ ଶବ୍ଦ ହଟାଯିବା ପ୍ରସଙ୍ଗ, ବିବୃତ୍ତି ରଖିଲେ ବାଚସ୍ପତି ଓମ୍ ବିରଲା

ନୂଆଦିଲ୍ଲୀ: ଅସଂସଦୀୟ ଶବ୍ଦକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ଲାକସଭା ବାଚସ୍ପତି ଓମ୍ ବିରଲା ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ଶବ୍ଦ ଉପରେ ବ୍ୟାନ ଲଗାଯାଇନାହିଁ ଏବଂ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ମଧ୍ୟ କୌଣସି ଗୁଜବ ନକରିବା ଦରକାର । ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଜ ବୟାନରେ କହିଛନ୍ତି ଯେ ସଂସଦ କୌଣସି ଶବ୍ଦ ଉପରେ ବ୍ୟାନ୍ ଲଗାଇନାହିଁ ବରଂ ସେହି ଶବ୍ଦକୁ ହଟାଇଦିଆଯାଇଛି ଯାହାକୁ ନେଇ ଆପତ୍ତି ରହିଥିଲା ।

ବାଚସ୍ପତି ଓମ୍ ବିରଲା କହିଛନ୍ତି ଯେ ପୂର୍ବରୁ ଏଭଳି ଅସଂସଦୀୟ ଶବ୍ଦର ଏକ ପୁସ୍ତକ ବିମୋଚନ କରାଯାଉଥିଲା, କିନ୍ତୁ କାଗଜ ନଷ୍ଟ ନକରିବା ପାଇଁ ଏହି ପୁସ୍ତକକୁ ଇଣ୍ଟରନେଟ୍ ରେ ଅପଲୋଡ କରାଯାଇଥିଲା । କୌଣସି ଶବ୍ଦରେ ପ୍ରତିବନ୍ଧକ ଲଗାଯାଇନଥିଲା, ଯେଉଁ ଶବ୍ଦ ଉପରେ ଆପତ୍ତି ରହିଥିଲା ସେଗୁଡ଼ିକୁ ହଟାଯାଇଛି । ସେ ଆହୁରି କହିଛନ୍ତି ଆମେ ହଟାଯାଇଥିବା ଶବ୍ଦର ସଙ୍କଳନ ମଧ୍ୟ ଜାରି କରିଛୁ ।

ବିରୋଧୀଙ୍ ହଙ୍ଗାମାକୁ ନେଇ ଓମ୍ ବିର୍ଲା କହିଛନ୍ତି ଯେ କ’ଣ ବିରୋଧୀ ୧୧୦୦ ପେଜର ଏହି ଡିକ୍ସନାରୀକୁ ପଢିଛନ୍ତି, ଯଦି ପଢ଼ିଥାନ୍ତେ ଏହି ଗୁଜବ କରିନଥାନ୍ତେ… ଏହା ୧୯୫୪…୧୯୮୬,୧୯୯୨, ୧୯୯୯, ୨୦୦୪, ୨୦୦୯, ୨୦୧୦ ରେ ଜାରି କରାଯାଇଥିଲା । ୨୦୧୦ ଠାରୁ ଏହା ବାର୍ଷିକ ଆଧାରରେ ରିଲିଜ୍ କରାଯାଉଛି । ବାଚସ୍ପତି କହିଛନ୍ତି ଯେ ଯେଉଁ ଶବ୍ଦକୁ ହଟାଇଦିଆଯାଇଛି ତାହା ବିରୋଧୀଙ୍କ ସହ ଶାସନରେ ଥିବା ପାର୍ଟୀ ଦ୍ୱାରା ମଧ୍ୟ ସଂସଦରେ କୁହାଯିବା ପାଇଁ ଅନୁମତି ନାହିଁ । କେବଳ ବିରୋଧୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟାନ୍ କରିବା ଭଳି କିଛି ନାହିଁ ।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ୧୮ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ବୁଧବାର କିଛି ଏଭଳି ଶବ୍ଦର ତାଲିକା ଜାରି କରାଯାଇଛି ଯେଉଁ ଶବ୍ଦକୁ ଅସଂସଦୀୟ ଶବ୍ଦ ବୋଲି କହିବା ସହ ଏହାକୁ ରେକର୍ଡରେ ନରଖିବାକୁ କୁହାଯାଇଛି । ଜାରି ହୋଇଥିବା ଏକ ବୁକଲେଟ୍ ରେ ରହିଛି ଯେ, ଶିଶୁ ବୃଦ୍ଧି, କୋଭିଡ୍, ସ୍ପ୍ରେଡର, ସ୍ନୁପଗେଟ୍, ଲଜ୍ଜାଜନକ, ଅପବ୍ୟବହାର, ଧୋକା, ଦୁର୍ନୀତିଗ୍ରସ୍ତ, ଡ୍ରାମା, ହିପୋକ୍ରେସୀ, ଅକ୍ଷମ ଅସଂସଦୀୟ ଭଳି ଶବ୍ଦର ବ୍ୟବହାର ଅସଂସଦୀୟ ଭାଷା ଶ୍ରେଣୀରେ ଆସିବ । ତେଣୁ ଏହି ଶବ୍ଦର ବ୍ୟବହାର ଲୋକସଭା ଏବଂ ରାଜ୍ୟସଭାରେ ହେବନାହିଁ ।

ଯାହାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସର ସାଂସଦ ଡେରେକ୍ ଓ ବ୍ରାଏନ ସରକାରଙ୍କୁ ଟାର୍ଗେଟ କରିଥିଲେ ଯେ ସେ ଏହି ଶବ୍ଦଗୁଡ଼ିକର ବ୍ୟବହାର କରିବେ । ଏଥିପାଇଁ ତାଙ୍କୁ ସସପେଣ୍ଡ୍ କରାଯିବାକୁ ମଧ୍ୟ ପ୍ରସ୍ତୁତ ।

Get real time updates directly on you device, subscribe now.