ସ୍କୁଲ ରୂପାନ୍ତରୀକରଣ କରଣ ନାଁରେ ଚାଲିଛି ଆଇ ୱାସ-ବିରୋଧୀ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତରୀକରଣ କରଣ ନାଁରେ କେବଳ ଆଇ ୱାସ ଚାଲିଛି। ପୁରୁଣା କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି। ସ୍କୁଲ ରେ ଶିକ୍ଷକ ନାହାନ୍ତି, କହି ବିରୋଧୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ଆଜି ଗୃହରେ ଏହି ପ୍ରସଙ୍ଗରେ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଥିଲେ। ମୁଲତବୀ ପ୍ରସ୍ତାବ ଉପରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି। ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତି କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ୩,୧୨,୪୮୨ ସ୍କୁଲରେ ଭିତ୍ତିଭୂମି ନିମନ୍ତେ ୬,୨୬୭,୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୨୪୬୬ ଟି ସ୍କୁଲ ପାଇଁ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି। ୧୮୬୭ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ର ବିକାଶ ଲାଗି ୧୪ଲକ୍ଷ୭୯ହଜାର କୋଟିଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି ୫୧୨ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରୀ ସାଇନ୍ସ ଲାଵ, ଶୌଚାଳୟ, ବିଦ୍ୟୁତ କରଣ ଓ ଆସବାଵ ପତ୍ର ପାଇଁ ୪୩୨କୋଟି ୮ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ୮ଟି ବ୍ଲକର ୧ହଜାର୧୪୬ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ୬୮୭ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ ଆଉଟ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି। ୨୪ ଜିଲ୍ଲାରେ ୩୦୫୧ ଟି ସ୍କୁଲ କୁ ମୋ ସ୍କୁଲ ଜରିଆରେ ୧୪ଶହ୨୮ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି। ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଜରିହିଛି। ଏପଟେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି ମନ୍ତ୍ରୀ କହିଥିବା ବେଳେ ଜାତୀୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଓଡିଶା ର ଅଗ୍ରଗତି ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ ବୋଲି ମୁଲତବୀ ଉତ୍ତରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ରାଜ୍ୟରେ ବିଭିନ୍ନ ସ୍କୁଲର ବିଭିନ୍ନ ପଦ ପଦବୀରେ ୬୧ହଜାର ୮୩୬ଟି ପଦବୀ ଖାଲି ପଡ଼ିଛି। ୨୯%ସ୍କୁଲ ରେ ବିଜୁଳି ନାହିଁ,୬%ସ୍କୁଲରେ ନେଟ ସେବା ନାହିଁ।ରାଜ୍ୟର ୨୯୮ସ୍କୁଲର ୫୮୭୪ଟି ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି। ୫ଟି ରୁପାନ୍ତିକରଣ ହାଇସ୍କୁଲରେ ଅଷ୍ଟମ,ନବମ ଓ ଦଶମ ସ୍କୁଲ ପାଇଁ ଶିକ୍ଷକ ନହାନ୍ତି ଏପରିକି ଅନେକ ସ୍କୁଲରେ ପୁରୁଣା କାନ୍ଥରେ ରଙ୍ଗ ମରାଯାଇଛି ଓ ପୁରୁଣା ସାଇକେଲ ଷ୍ଟାଣ୍ଡ କୁ ନୂଆ ରଙ୍ଗ ଦେବା ସହ ପୁରୁଣା ଟାଇଲରେ ରଙ୍ଗୀନ କରାଯାଇ ନୂଆ ବୋଲି ଦର୍ଶା ଯାଇଛି। ସାମାନ୍ୟ କାଳ ବୈଶାଖୀ ରେ ଭିତ୍ତି ଭୂମି ମାଟି ରେ ଲୋଟି ପଡ଼ିଛି। ଏଥୀରୁ ପ୍ରମାଣିତ ହେଉଛି କି ୫ଟି ସ୍କୁଲ କେତେ ଗୁଣାତ୍ମକ ରେ ହୋଇଛି। ଠିକାଦାରମାନେ କେବଳ ନିମନମାନର କାର୍ଯ୍ୟ କରିଦେଇ ବାବୁ ମାନଙ୍କୁ ଭାଗ ଦେଇ ଅର୍ଥ କୁ ଆତ୍ମସାତ କରିଥିବା ମୁଲତବୀ ପ୍ରସ୍ତାବ ରେ ଭାଗ ନେଇ ଏଭଳି ଅଭିଯୋଗ ଆଣିଥିଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି।