fbpx
BJD
BJD SKY
BJD SKY

କରୋନା ସଂକ୍ରମଣକୁ ନେଇ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: କହିଲେ ରାଜ୍ୟରେ କୋଭିଡ ସ୍ଥିତି…

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନାର ସଂକ୍ରମଣ ଦିନକୁ ଦିନ ବଢୁଥିଲେ ମଧ୍ୟ ସ୍ଥିତି ଏବେ ବି ଉଦବେଗଜନକ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ରାଜ୍ୟରେ ସଂକ୍ରମଣ ଏବଂ ପଜିଟିଭ ରେଟ ଉଭୟରେ ବୃଦ୍ଧି ଦେଖାଦେଇଛି । ଏହା ପରେ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଏପରି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ରାଜ୍ୟରେ କରୋନା ସଂକ୍ରମଣ ହାର ବଢୁଥିଲେ ବି ସ୍ଥିତି ଉଦବେଗଜନକ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ବଢିବା ସହିତ ରାଜ୍ୟରେ ପଜିଟିଭ ହାର ମଧ୍ୟ ବଢୁଛି ସତ, କିନ୍ତୁ ପୂର୍ବ ଲହର ଅପେକ୍ଷା ଚଳିତବର୍ଷ ଏହି ବୃଦ୍ଧି ହାର କମ ରହିଥିବା ସେ ସୂଚନା ଦେଇଛନ୍ତି । ସଂକ୍ରମରେ ହସ୍ପିଟାଲାଇଜେସନ ରେଟ ଉଦବେଗଜନକ ସ୍ଥିତିରେ ପହଞ୍ଚି ନାହିଁ ।

ତେବେ ସବୁଦାୟ ପଜିଟିଭର ମାତ୍ର ୧.୧ ପ୍ରତିଶତ ସଂକ୍ରମିତ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେଣୁ ନୂଆ ସଂକ୍ରମିତଙ୍କ ପାଇଁ ମେଡିକାଲରେ ଯଥେଷ୍ଟ ବେଡ ଉପଲବ୍ଧ ରହିଛି । ଏବେ ରାଜ୍ୟର କରୋନା ସଂକ୍ରମଣ ଉପରମୁହାଁ ରହିଛି, କିନ୍ତୁ କେବେ ଏଥିରେ ସ୍ଥିରତା ଆସିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ପାରିବ ନାହିଁ । ତେବେ ସ୍ଥିତି ଏବେ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.