fbpx

କ୍ରିକେଟ ବେଟିଂ କରି ଧରା ପଡିଲେ ଯୁବକ: ୪ ଜଣଙ୍କୁ ଗିରଫ କଲା ପୋଲିସ

କଟକ: କ୍ରିକେଟ ବେଟିଂ କରିବା ପଡିଛି ମହଙ୍ଗା । ୪ ଜଣ ଯୁବକଙ୍କୁ ଏ ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚକୁ ନେଇ ବେଟିଂ ସମୟରେ ରେଡ କରିଛି ପୋଲିସ । ଯାହା ଫଳରେ ବେଟିଂ ଅଦାରେ ରହିବା ସହିତ ପୋଲିସ କବଜାରେ ଫସି ଯାଇଛନ୍ତି ଡିଲର । ଏଥି ସହିତ ମୋବାଇଲ ଏବଂ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି ।

ସୂଚନା ଅନୁସାରେ, ସିଲଭର ସିଟିରେ କ୍ରିକେଟ ବେଟିଂ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜକୁ ବେଟିଂ ଚାଲିଥିବା ବେଳେ ହଠାତ ପୋଲିସ ଆଟାକ କରିଛି । ଏହି ରେଡରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବେଟିଂ କରୁଥିବା ସମୟରେ ଏମାନଙ୍କୁ ଗିରଫ କରିଛି ପୋଲିସ । ତେବେ ଏମାନଙ୍କ ସହ ଘଟଣାସ୍ଥଳରୁ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ଏବଂ ୮ଟି ମୋବାଇଲ ଫୋନ ପୋଲିସ ଜବତ କରିଥିବା ଜଣାଯାଇଛି ।

ତେବେ ଏହି ଘଟଣାରେ ଆନ୍ତରାଜ୍ୟ ବେଟିଂ ଗ୍ୟାଙ୍ଗର ଲିଙ୍କ ଥିବା ସୂଚନା ମିଳିଛି । ଏହି ବେଟିଂର ମାଧ୍ୟମ ମୋବାଇଲ ଆପ ହୋଇଥିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ମାମଲାକୁ ନେଇ ଅଧିକ ତଦନ୍ତ ଜାରି ରକିଛି ପୋଲିସ । ତେବେ ଖୁବ ଶୀଘ୍ର ମାମଲାର ମୂଳ ପର୍ଯ୍ୟନ୍ତ ଯାଇ ପ୍ରକୃତ ଅପରାଧୀକୁ ଗିରଫ କରାଯିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.