fbpx
BJD
BJD SKY
BJD SKY

ସକାଳ ୯ଟାରୁ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ବିଚାରପତି କହିଲେ- ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇ ପାରୁଛନ୍ତି, ତେବେ…

ନୂଆଦିଲ୍ଲୀ: ଯଦି ଆମ ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇ ପାରୁଛନ୍ତି ତେବେ ବିଚାରପତି ଏବଂ ଓକିଲ ସକାଳ ୯ଟାରୁ ନିଜ କାମ କଣ ପାଇଁ ଆରମ୍ଭ କରି ପାରିବେନି। ଏହା କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି ୟୁୟୁ ଲଳିତ। ସୁପ୍ରିମକୋର୍ଟ ଏକ ପୀଠ ଶୁକ୍ରବାର ସାଧାରଣ ଦିନ ତୂଳନାରେ ଶୁକ୍ରବାର ଘଣ୍ଟାଏ ପୂର୍ବରୁ କାମ ଆରମ୍ଭ କରିଛନ୍ତି। ବିଚାରପତି ୟୁୟୁ ଲଳିତ, ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ସକାଳ ୯ଟା ୩୦ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ସାଧାରଣତଃ ସୁପ୍ରିମେକାର୍ଟର ଶୁଣାଣି ୧୦ଟା ୩୦ରେ ଆରମ୍ଭ ହୁଏ।

ବିଚାରପତି ୟୁ ୟୁ ଲଳିତ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ବରିଷ୍ଠତା କ୍ରମରେ ସବୁଠୁ ଆଗରେ ଅଛନ୍ତି। ସେ କହିଛନ୍ତି, ମୋ ହିସାବରେ ଆମକୁ ଆଦର୍ଶଗତ ଭାବେ ସକାଳ ୯ଟାରୁ କାମ ପାଇଁ ବସିଯିବା ଉଚିତ୍। ଯଦି ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇ ପାରୁଛନ୍ତି, ତେବେ ଆମେ କାହିଁକି ସକାଳ ୯ଟାରୁ ଆସି ପାରିବା ନାହିଁ। ଜାମିନ ସଂପର୍କିତ ଏକ ମାମଲାରେ ହାଜର ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଶୁଣାଣି ସରିବା ପରେ ସମୟ ପୂର୍ବରୁ ବସିଥିବା ଖଣ୍ଡପୀଠଙ୍କ ପ୍ରଶଂସା କରିଥିଲେ। ଯାହା ପରେ ବିଚାରପତି ୟୁୟୁ ଲଳିତ ଏହି ଟିପ୍ପଣୀ କରିଛନ୍ତି।

ବିଚାରପତି ୟୁୟୁ ଲଳିତ ଏହା ମଧ୍ୟ କହିଛନ୍ତି, ଅଦାଲତ କାମ ଆରମ୍ଭ କରାଯିବାର ଉପଯୁକ୍ତ ସମୟ ହେଉଛି ୯ଟା ୩୦। ଯଦି ଅଦାଲତର କାମ ଶୀଘ୍ର ଆରମ୍ଭ ହୁଏ େତବେ ଦିନର କାମ ମଧ୍ୟ ଶୀଘ୍ର ସରିବ। ଏଥିସହ ବିଚାରପତିଙ୍କୁ ପରବର୍ତ୍ତୀ ଦିନର ମାମଲାର ଫାଇଲ୍ ପଢିବାକୁ ସନ୍ଧ୍ୟାରେ ସମୟ ମିଳିଯିବ। ତେଣୁ ଅଦାଲତ ସକାଳ ୯ଟାରୁ ନିଜର କାମ ଆରମ୍ଭ କରି ପାରିବେ ଏବଂ ୧୧ଟା ୩୦ରେ ଏକ ଘଣ୍ଟା ବିରତି ସହିତ ଅପରାହ୍ନ ୨ଟାରେ ଦିନର କାମ ସାରି ପାରିବେ। ଏମିତି କରି ବିଚାରପତିଙ୍କୁ ସନ୍ଧ୍ୟାରେ ଆହୁରି କାମ କରିବା ପାଇଁ ଅଧିକ ସମୟ ମିଳିଯିବ।

Get real time updates directly on you device, subscribe now.