fbpx

ଜିମ୍ବାୱେକୁ ବଡ ସଫଳତା: ନେଦରଲାଣ୍ଡସ ସହ ଟି-୨୦ ବିଶ୍ୱକପ ପାଇଁ କଲା କ୍ୱାଲିଫାଏ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଟି-୨୦ ବିଶ୍ୱକପ ପାଇଁ ଟିକେଟ ପାଇଯାଇଛି ଜିମ୍ବାୱେ । ପାପୁଆ ନ୍ୟୁ ଗତିନିକୁ ୨୭ ରନରେ ପରାସ୍ତ କରି ଆଇସିସି ଟି-୨୦ ବିଶ୍ୱକପରେ ଦଳ ନିଜ ସ୍ଥାନ ପକ୍କା କରିଛି । ବିଶ୍ୱକପ ପାଇଁ ଖେଳାଯାଉଥିବା କ୍ୱାଲିଫାୟାରରେ ଜିମ୍ବାୱେ ପୂର୍ବରୁ ନେଦରଲାଣ୍ଡ ମଧ୍ୟ ବାଜି ମାରିଛି । ଆମେରିକାକୁ ହରାଇ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡ ।

ସୂଚନା ଯୋଗ୍ୟ, କ୍ୱାଲିଫାୟାର-ବି’ର ପ୍ରଥମ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଗିନିକୁ ୨୦୦ ରନର ଲକ୍ଷ୍ୟ ଦେଇଥିଲା ଜିମ୍ବାୱେ । ତେବେ ଏହି ଲକ୍ଷ୍ୟର ଜବାବରେ ନ୍ୟୁ ଗିନି ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୨ ରନ କରିବାରେ ସକ୍ଷମ ହୋଇ ପାରିଥିଲା । ଦଳ ତରଫରୁ ଟନି ଉରା ସର୍ବାଧିକ ୬୬ ରନ କରିଥିବା ବେଳେ ଚାର୍ଲସ ଅମିନି ୩୧ ରନର ପାଳି ଖେଳିଥିଲେ । ସେହିପରି ଜିମ୍ବାୱେର ବ୍ଲେସିଙ୍ଗ ମୁଜରବାନୀ ଦୁଇଟି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ଟି-୨୦ ବିଶ୍ୱକପ ପାଇଁ କ୍ୱାଲିଫାୟାର ଟିକେଟ ପାଇଛି ଜିମ୍ବାୱେ । ସେପଟେ ଏହା ପୂର୍ବରୁ ଆମେରିକାକୁ ମାତ ଦେଇ ନେଦରଲାଣ୍ଡ ମଧ୍ୟ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରି ସାରିଛି ।

ଏହି ଦୁଇ ନୂଆ ଦଳ ଯୋଡି ହେବା ପରେ ବିଶ୍ୱକପ ପାଇଁ ୧୬ଟି ଟିମ ମିଳି ସାରିଛି । ଅଷ୍ଟ୍ରେଲିଆ ହୋଷ୍ଟ ହୋଇତିବାରୁ ଏହାକୁ ଡାଇରେକ୍ଟ ଏଣ୍ଟ୍ରି ମିଳିଥିବା ବେଳେ ଅନ୍ୟ ୧୧ ଦଳ ମଧ୍ୟରେ ଅଫଗାନିସ୍ତାନ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନାମିବିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ସାମିଲ ରହିଛନ୍ତି । ଏହା ସହିତ ଗ୍ଲୋବାଲ କ୍ୱାଲିଫାୟାର ଏ’ରୁ ଆୟରଲାଣ୍ଡ, ଆମେରିକା ଏବଂ କ୍ୱାଲିଫାୟାର ବି’ରୁ ନେଦରଲାଣ୍ଡ ଏବଂ ଜିମ୍ବାୱେ ଆସନ୍ତା ଟି-୨୦ ବିଶ୍ୱକପରେ ନିଜ ସ୍ଥାନ ଜାହିର କରିଛନ୍ତି ।

Get real time updates directly on you device, subscribe now.