ଦେଶର ୨୫ ରାଜ୍ୟରେ ବର୍ଷା ବିତ୍ପାତ : ମହାରାଷ୍ଟ୍ର ୯୯ ଓ ଗୁଜୁରାଟରେ ୯୫ ଜଣ ଲୋକଙ୍କ ମୃତ୍ୟୁ, ବିଭିନ୍ନାସ୍ଥାନରେ ଜଳବନ୍ଦି ଜୀବନ କାଟୁଛନ୍ତି ଲୋକ
ନୂଆଦିଲ୍ଲୀ: ଦେଶର ୨୫ଟି ରାଜ୍ୟରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ହିମାଚଳ ଓ ଜାମ୍ମୁ ସମେତ କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଲୋକଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିଦେିଛି । ମହାରାଷ୍ଟ୍ରରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏ ପର୍ଯ୍ୟନ୍ତ ୯୯ ଲୋକଙ୍କ ଜୀବନ ଯାଇଥିବାବେଳେ ଗୁଜରାଟରେ ୯୫ ଲୋକ ମୃତ୍ୟୁବରଣ କରିଛନ୍ତି । ତେଲେଙ୍ଗାନାର ବାରଙ୍ଗଲ, ପେଡାପଲ୍ଲୀକଇ ଓ ଭଦ୍ରାଦୀ-କୋଠାଗୁଡେମ ଜିଲ୍ଲାରେ ବନ୍ୟା ଯୋଗୁଁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ମହାରାଷ୍ଟ୍ର ପାଲଘରର ମୁଖ୍ୟ ନଦୀ ବୈତରଣା, ତାନସା ବିଦ ସଂକେତ ଉପରେ ପ୍ରବାହିତ ହେଉଛି । ମୁମ୍ବାଇର ତାନସା ଝରଣାର ଜଳ ଉଛୁଳି ଜନବସତି ଆଡ଼କୁ ମାଡ଼ିଚାଲିଛି । ଗୁରୁବାର ମହାରାଷ୍ଟ୍ରରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷାରେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବନ୍ୟା ସ୍ଥିତି ଉପୁଜିଛି । ଏଠାରେ ୯୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି ।
ସେହିପରି ଲାତୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ୧୫ ଓ ୧୬ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଗୁଜରାଟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଅହମ୍ମଦାବାଦରେ କିଛିଦିନ ହେବ ଲଗାତାର ବର୍ଷା ହେବା ଯୋଗୁଁ ବହୁ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ବର୍ଷା କାରଣରୁ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ଚଳିତ ସିଜିନ୍ରେ ଏ ପର୍ଯ୍ୟନ୍ତ ସାମାନ୍ୟରୁ ୧୬% ଅଧିକ ବର୍ଷା ହୋଇ।