fbpx

ସାଢ଼େ୧୪ ଲକ୍ଷର ବ୍ରାଉନସୁଗାର ଜବତ କଲା ବାଲିକୁଦା ପୁଲିସ, ଧଳାଜହର କାରବାର ଲିପ୍ତ ମହିଳା ବେପାରୀକୁ ବାନ୍ଧିଲା

ଜଗତସିଂହପୁର, (ଭାସ୍କର ନ୍ୟୁଜ୍‌) : ଜଗତସିଂହପୁର ଅବକାରୀ ଇପସପେକ୍ଟରଙ୍କ ନେତୃତ୍ୱରେ ବାଲିକୁଦା ଥାନା ଅଧୀନ ସୁକିଦା ଗ୍ରାମରେ ଚଢ଼ାଉ କରାଯାଇ ୧୪୩ଗ୍ରାମ ବ୍ରାଉନସୁଗର ଜବତ ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ସୁକିଦା ଗ୍ରାମର ସୁଦର୍ଶନ ସାହୁଙ୍କ ସ୍ତ୍ରୀ ଭାରତୀ ସାହୁ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଅବକାରୀ ଥାନାରେ କେଶ ନମ୍ବର ୨୦/୨୨- ୨୩ରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୁକ୍ତ ଭାରତୀକୁ ଆଜି କୋର୍ଟଚାଲଣ କରାଯାଇଥିବାର ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି ।

ସୂଚନାଥାଉ କି, ବର୍ତ୍ତମାନ ସମଗ୍ର ରାଜ୍ୟରେ ଗଞ୍ଜେଇ, ବ୍ରାଉନ ସୁଗରର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଷ ସଦୃଶ ଏହି ନିଶାକୁ ସେବନ କରି ଯୁବପୀଢ଼ି ବିଥଗାମୀ ହେବା ସହ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛି । ଏଣୁ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ଲୋପ୍‌ କରିବା ପାଇଁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଅଭିଯାନକୁ ଜୋର୍‌ଦାର କରାଯାଉଛି ।

Get real time updates directly on you device, subscribe now.