fbpx

ହୀରାକୁଦ ଜଳଭଣ୍ଡାରେ ୬୦୫ ଫୁଟ୍‌ ଛୁଇଁଲା ଜଳସ୍ତର, ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ସମ୍ବଲପୁର (ଭାସ୍କର ନ୍ୟୁଜ୍):  ରାଜ୍ୟରେ ମୌସୁମୀ ବାୟୁ ଛୁଇଁବାର ମାସକ ପରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିଛି । ଶୁକ୍ରବାର ସନ୍ଧ୍ୟା ୬ଟା   ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର ୭୭୯ କ୍ୟୁସେକ୍‌ ଜଳ ପ୍ରବେଶ କରିଛି ।

ଅନ୍ୟପଟେ ଜଳସ୍ତର ୬୦୪.୯୫ ଫୁଟ୍‌ରେ ପହଞ୍ଚିଥିବା ବେଳେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ୬୧୦ ଫୁଟ୍‌ ଯାଏ ପହଞ୍ଚିବାର ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆକଳନ କରିଛନ୍ତି । ଫଳରେ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଶନିବାର ପୂର୍ବାହ୍ନରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ହେଉଥିବା ମୌସୁମୀ ବର୍ଷା ଯୋଗୁ  ହୀରାକୁଦ ଜଳସ୍ତର ବୃଦ୍ଧି। ଉପମୁଣ୍ଡରୁ ହୀରାକୁଦକୁ ପ୍ରବେଶ କରୁଥିବା ଜଳସ୍ତରକୁ ଆକଳନ କରାଯିବା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ ତାରିଖ ଘୋଷଣା କରାଯିବ।

Get real time updates directly on you device, subscribe now.