ନୂଆଦିଲ୍ଲୀ: ଯୌନ ସଂକ୍ରମିତ ରୋଗ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ବଢୁଛି ସଚେତନତା। ଯାହା ଦ୍ୱାରା ଲୋକେ ଯୌନ ସମ୍ପର୍କ ରଖିବା ସମୟରେ ସୁରକ୍ଷାକୁ ଯଥେଷ୍ଟ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ସେହିପରି ସୁରକ୍ଷିତ ଯୌନ ସମ୍ପର୍କ ବିଷୟରେ ସଚେତନ ସୃଷ୍ଟି କରିବାକୁ ଲୋକଙ୍କ ସମର୍ଥନ ବଢି ଚାଲିଛି। ଯେଉଁଥି ପାଇଁ ୨୦୨୫ ସୁଦ୍ଧା ବିଶ୍ୱ ବଜାରରେ କଣ୍ଡୋମ ବ୍ୟବସାୟର ଆକାର ୩.୭୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଟେକ୍ନାଭିଓ ନାମକ ଏକ ଅନୁସନ୍ଧାନକାରି ସଂସ୍ଥାର ରିପୋର୍ଟରୁ ଏହି ସୂଚନା ମିଳିଛି।
ବାର୍ଷିକ ଅଭିବୃଦ୍ଧି ହାର ୮ ପ୍ରତିଶତ ହାରରେ ଏହି ବିଭାଗ ଅଗ୍ରଗତି କରିବ। ଅଭିବୃଦ୍ଧିର ପ୍ରାୟ ୪୪ ପ୍ରତିଶତ କେବଳ ଏସିଆ ପ୍ରଶାନ୍ତ ମହାସାଗରୀୟ ଦେଶ ଯଥା ଚାଇନା, ଭାରତ ଏବଂ ଜାପାନର ପ୍ରମୁଖ ବଜାର ହୋଇଥିବା ଜଣାପଡିଛି। କଣ୍ଡୋମ ବ୍ୟବହାର ବଢୁଥିବା ଏହି ଧାରା ସୁରକ୍ଷିତ ଯୌନ ସମ୍ପର୍କ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।
ବିଶ୍ୱର ଏକ ବଡ଼ ଜନସଂଖ୍ୟା ସେମାନଙ୍କର ଆବଶ୍ୟକ ଏବଂ ଇଚ୍ଛାକୁ ପୁରଣ କରିବା କାରଣରୁ ଧୀରେ ଧୀରେ କଣ୍ଡୋମ ବିଶ୍ୱ ବଜାରରେ ଗୁରୁତ୍ୱ ହାସଲ କରିବାରେ ଲାଗିଛି। ମୁଖ୍ୟତ ନୂଆ ନୂଆ ଟେକ୍ନୋଲୋଜିର ଅଗ୍ରଗତି ଦ୍ୱାରା କ୍ୱାଲିଟି, ଆକାର, ଏବଂ ରଙ୍ଗ ଭଳି ଆଡ୍-ଅନ୍ ଫିଚର କାରଣରୁ କଣ୍ଡୋମ ପ୍ରତି ଲୋକଙ୍କର ଧ୍ୟାନ ଆକର୍ଶଣ କରିପାରୁଛି।
କଣ୍ଡୋମ ଉତ୍ପାଦ ସାମଗ୍ରୀର ଦ୍ରୁତ ବିବର୍ତ୍ତନ ଏବଂ ବଜାର ପ୍ରତିଯୋଗିତା ବୃଦ୍ଧି ସହିତ ବିକ୍ରେତାମାନେ ଶୀଘ୍ର ବିତରଣ ପ୍ରକ୍ରିୟା, ଗ୍ରାହକଙ୍କର ଆବଶ୍ୟକ ଏବଂ ଇଚ୍ଛା କୁ ପୁରଣ କରିବା ଭଳି ରଣନୀତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନୁସନ୍ଧାନକାରୀଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଆହୁରି ମଧ୍ୟ, ଆକର୍ଶଣୀୟ ପ୍ୟାକେଜିଂ ଟ୍ରେଣ୍ଡରେ ଉପରେ ଗୁରୁତ୍ୱ ଦିଆଯିବା ଗ୍ରାହକଙ୍କୁ ଅଧିକ ଗୋପନୀୟତା ସହିତ ଏହା ଉତ୍ପାଦଗୁଡିକ କିଣିବାରେ ଅଧିକ ସହଜ କରିଥାଏ। ଏହା ସହିତ ଇ-କମର୍ସ ପ୍ଲାଟଫର୍ମର ବହୁଳ ବ୍ୟବହାର ମଧ୍ୟ ଉତ୍ପାଦ ପାଇଁ ଅଭିବୃଦ୍ଧି ଘଟାଇବ।