fbpx

ପ୍ରବଳ ବର୍ଷା: ୧୮ରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ହେଉଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଗେଟ୍ । ଆସନ୍ତା ସୋମବାର ସକାଳ ୧୧ଟା ସମୟରେ ହୀରାକୁଦ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ ।

ତେବେ ଦିନ ୧୧ଟାରେ ପ୍ରର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯିବ । ମହାନଦୀ ତଟବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗେଟ୍ ଖୋଲିବା ଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ କରାଯାଇଛି । ଏହାସହ ୧୨ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏନେଇ ହୀରାକୁଦ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଭୁବନେଶ୍ବର, କଟକ ସହରରେ ଆଜି ସକାଳୁ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Get real time updates directly on you device, subscribe now.