fbpx

ଜାଣି ରଖନ୍ତୁ ଏହି ଟ୍ରାଫିକ୍ ନିୟମ, ନହେଲେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଜରିମାନା

ଭାରତ ସରକାର ଦେଶରେ ଅନେକ କଡ଼ା ଟ୍ରାଫିକ୍ ନିୟମ ଲାଗୁ କରିଛନ୍ତି । ଏମିତିକି ଗାଡ଼ିର ନିର୍ମାଣ ନେଇ ମଧ୍ୟ ଅନେକ ଗାଇଡଲାଇନ ଆସିଛି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟ୍ରାଫିକ୍ ନିୟମ ବିଷୟରେ କହିବାକୁ ଯାହା ବିଷୟରେ ବହୁତ୍ କମ୍ ଲୋକ ଜାଣିଥିବେ । ଏହାକୁ ଜାଣିନେବା ଆପଣଙ୍କ ପାଇଁ ଭଲ ହୋଇପାରେ ନହେଲେ ହୁଏତ ଆପଣଙ୍କର ମୋଟା ଅଙ୍କର ଚାଲାଣ କଟିପାରେ ।

ଆପଣ ଜାଣିଛନ୍ତି ଯେ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କୁ ଫାଇନ୍ ଦେବାକୁ ପଡ଼ିପାରେ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ ଯଦି ଆପଣ ସ୍ଲିପର ବା ଚପଲ ପିନ୍ଧି ଗାଡ଼ି ଚଲାଉଛନ୍ତି ତେବେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିପାରେ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ନିୟମ ବିଷୟରେ ଯାହା ବିଷୟରେ ହୁଏତ ଆପଣ ଅପରିଚିତ ।

– ମୋଟର ଯାନ ଆକ୍ଟ ଅନୁଯାୟୀ ଟୁ-ହ୍ୱିଲର ଚାଳକଙ୍କୁ ବାଇକ୍ ଚଳାଇବା ସମୟରେ ଜୋତା ପିନ୍ଧି ଗାଡ଼ି ଚଳାଇବା ନିୟମ ରହିଛି । ଯଦି ଜୋତା ନ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ଧରାପଡ଼ନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ ।

– ଆହୁରି ମଧ୍ୟ ଯଦି ଜଣେ ବ୍ୟକ୍ତି ଦୁଇଟି ଡ୍ରାଇଭିଙ୍ଗ୍ ଲାଇସେନ୍ସ ବ୍ୟବହାର କରୁଥିବାର ଧରାପଡ଼ନ୍ତି, ତେବେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିପାରେ । ହୁଏତ ଆପଣ ନିଜର ପୁରୁଣା ଲାଇସେନ୍ସ ସହ ନୂଆ ଲାଇସେନ୍ସକୁ ପାଖରେ ରଖିଥାଇପାରନ୍ତି । ତେଣୁ ପୁରୁଣା ଲାଇସେନ୍ସକୁ ନରଖି କେବଳ ନୂଆ ଲାଇସେନ୍ସ ହିଁ ପାଖରେ ରଖନ୍ତୁ ।

– ସେହିପରି ଯଦି କେହି ପୋଲିସ୍, ଆମ୍ବୁଲାନ୍ସ, ଦମକଳ ଜରୁରୀ ଗାଡ଼ିକୁ ରାସ୍ତା ନ ଦିଅନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ । ଏମିତିକି ଯଦି ଜରୁରୀ କାଳୀନ ଗାଡ଼ିର ରାସ୍ତାକୁ ଅବରୋଧ କରୁଥାନ୍ତି ତେବେ ତାଙ୍କୁ ୬ ମାସର ଜେଲ ଦଣ୍ଡ ସହ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିପାରେ ।

Get real time updates directly on you device, subscribe now.